ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଲା ଭାରତୀୟ ସେନା, ୩ ପାକିସ୍ତାନୀ ଯବାନ ନିହତ, ୭ଟି ସେନା ପୋଷ୍ଟ ଧ୍ୱଂସ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ରାଜୌରି ଓ ପୁନ୍‌ଛ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ଲକ୍ଷ୍ୟ କରି ପାକିସ୍ତାନ ଯବାନଙ୍କୁ ଭାରତୀୟ ଯବାନ କଡ଼ା ଜବାବ ଦେଇ ନିୟନ୍ତ୍ରଣ ରେଖାକୁ ଲାଗିଥିବା ପାକିସ୍ତାନର ସାତଟି ପୋଷ୍ଟକୁ ଧ୍ୱଂସ କରି ଦେଇଛି। ଭାରତୀୟ ଯବାନର ଗୁଳିବିନିମୟରେ ତିନିଜଣ ପାକିସ୍ତାନ ଯବାନ ନିହତ ହୋଇଥିବା ବି ସୂଚନା ମିଳିଛି। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜୌରି ଓ ପୁନ୍‌ଛ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ଲାଗି ରହିଥିବା ସ୍କୁଲକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇଛି।

ଅଧିକାରୀ ସୂତ୍ରରୁ ପ୍ରକାଶ, ପୁନ୍‌ଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପାକିସ୍ତାନ ସେନା ତରଫରୁ ସୋମବାର କରାଯାଇଥିବା ଗୁଳିବିନିମୟରେ ବିଏସ୍‌ଏଫ୍‌ର ଜଣେ ଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ଜଣେ ୫ବର୍ଷର ଶିଶୁ ଓ ଦୁଇ ଅନ୍ୟଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ ଏହି ଗୁଳିବିନିମୟରେ ୨୪ ଅନ୍ୟ ଲୋକବି ଗୁରୁତର ଆହତ ହୋଇଥିଲେ। ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଇ ଭାରତୀୟ ସେନା ଗୁଳିବିନିମୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର