ଅସ୍ତ୍ର ବିରତି ଉଲ୍ଲଂଘନର ଜବାବ ଦେଲା ଭାରତୀୟ ସେନା; ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ ପାକ୍‌ ସେନା ନିହତ ହେବା ସହ ୭ ବଙ୍କର ମିଶିଲା ମାଟିରେ

ଜମ୍ମୁ/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଆଜି (ଗୁରୁବାର) ଅସ୍ତ୍ର ବିରତି ଉଲ୍ଲଂଘନ କରିବା ଘଟଣା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପାକ୍‌ ସେନା ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାଲଟା ଜବାବ ଦେଇଛି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ ପାକ୍‌ ଯବାନ ନିହତ ହେବା ସହ ପାକିସ୍ତାନର ୭ଟି ବଙ୍କରକୁ ଧ୍ୱସ୍ତବିଧ୍ୱସ୍ତ କରି ମାଟିରେ ମିଶାଇ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ୭ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ଜାଣିବାକୁ ମିଳିଛି।


ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଆଜି ପୂର୍ବାହ୍ଣରେ ଜମ୍ମୁ- କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ରହିଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପ୍ରଥମେ ପାକ୍‌ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରି ଭାରତୀୟ ସୀମା ଓ ସୀମାନ୍ତରେ ଥିବା ଭାରତୀୟ ସେନା ପୋଷ୍ଟ ଉପରକୁ ଗୁଳିମାଡ଼ କରିଥିଲା। ପରେ ପରେ ପାକ୍‌ ସେନା ପକ୍ଷଣୁ କରାଯାଇଥିବା ଅସ୍ତ୍ର ବିରତି ଉଲ୍ଲଂଘନର ପାଲଟା ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଯେଉଁଥିରେ ୫ ପାକ୍‌ ଯବାନ ନିହତ ହେବା ସହ ପାକିସ୍ତାନର ୭ଟି ବଙ୍କରକୁ ଧ୍ୱସ୍ତବିଧ୍ୱସ୍ତ କରି ମାଟିରେ ମିଶାଇ ଦେଇଥିଲା ଭାରତୀୟ ସେନା।

ସମ୍ବନ୍ଧିତ ଖବର