ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ଏକ ଜାତିସଂଘ ଶାନ୍ତି ମିଶନରେ ନିୟୋଜିତ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଲେପ୍ଟନାଣ୍ଟ କର୍ଣ୍ଣେଲ ଗୌରବ ସୋଲାଙ୍କି ଗତ ୫ ଦିନ ହେଲା ନିଖୋଜ ଥିଲେ । ଆଜି ତାଙ୍କର ମୃତଦେହ କଙ୍ଗୋର କିଭୁ ହ୍ରଦ ନିକଟରେ ଉଦ୍ଧାର ହୋଇଛି ।
/sambad/media/post_attachments/wp-content/uploads/2019/09/kivu-300x169.jpg)
ସେ ୫ ଦିନ ତଳେ ଅର୍ଥାତ ରବିବାରଦିନ କାୟାକିଙ୍ଗ ବା ନୌଚାଳନା କରି କିଭୁ ହ୍ରଦକୁ ଯାଇଥିଲେ । ତାଙ୍କ ସହିତ ଆଉ କିଛି ଲୋକମଧ୍ୟ ସେଠାକୁ ଯାଇଥିଲେ । ସମସ୍ତେ ଫେରିଆସିଥିବାବେଳେ ସୋଲାଙ୍କି କିନ୍ତୁ ଫେରିନଥିଲେ । ସେବେଠାରୁ ତାଙ୍କର ପିତ୍ତା ମିଳୁନଥିଲା । ସୂଚନାଯୋଗ୍ୟ ଯେ କିଭୁ ହ୍ରଦଟି କଙ୍ଗୋ ଓ ରୁଆଣ୍ଡା ସୀମା ନିକଟବର୍ତ୍ତି ଚେଗେରା ଦ୍ୱୀପ ନିକଟରେ ଅବସ୍ଥିତ ।
କେଉଁ କାରଣରୁ ସୋଲାଙ୍କିଙ୍କ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ନଦୀରେ ବୁଡିଯିବା କାରଣରୁ ତାଙ୍କର ମୃତ୍ୟୁହୋଇଥିବା ଅନୁମାନ କରାଯାଉଛି । ଏ ନେଇ ତଦନ୍ତ ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/solanki.jpg)