ଏପ୍ରିଲ ମଧ୍ୟଭାଗରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ଖବର ସମ୍ପୂର୍ଣ୍ଣ ମିଛ : ଭାରତୀୟ ସେନା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ପରିସ୍ଥିତିର ଲାଭ ଉଠାଇ କିଛି ଲୋକ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ଦେଖା ଯାଉଛି | ଏପ୍ରିଲ ମଧ୍ୟଭାଗରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର ହେଉଥିବା ବେଳେ ଏହା ଉପରେ ଭାରତୀୟ ସେନା ପ୍ରତିକ୍ରିୟା ରଖିଛି।

“ଏପ୍ରିଲ ମଧ୍ୟଭାଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ଏବଂ ନାଗରିକ ପ୍ରଶାସନକୁ ସହାୟତା କରିବା ପାଇଁ ଭାରତୀୟ ସେନା, ଭେଟେରାନ ସେନା କର୍ମଚାରୀ, ଏନସିସି ଏବଂ ଏନଏସଏସରେ ନିଯୁକ୍ତି ବିଷୟରେ ସୋସିଆଲ ମିଡିଆରେ ନକଲି ଏବଂ କୁତ୍ସିତ ବାର୍ତ୍ତା ପ୍ରଚାରିତ ହେଉଛି। ଏହା ସମ୍ପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ ହୋଇଥିବା କହିଛି ଭାରତୀୟ ସେନା |

What Happens if US Declares a Coronavirus National Emergency ...
Voice of America

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ କରୋନାଭାଇରସକୁ ନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବରର ପ୍ରଚାର ପ୍ରସାର ହୋଇସାରିଛି | ବର୍ତ୍ତମାନ ଭାରତରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ସମୁଦାୟ ୧୦୭୧ ଓ ମୃତ୍ୟୁସଂଖ୍ୟା ୨୯ରେ ପହଞ୍ଚିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୯୯ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର