ହାତରେ ବନ୍ଧୁକ, କାନ୍ଧରେ ଦୁଇ ସ୍କୁଲ ପିଲା; ଯବାନ ବଞ୍ଚାଇଲେ ସ୍କୁଲ ପିଲାଙ୍କ ଜୀବନ

ଶ୍ରୀନଗର: ତୁହାକୁ ତୁହା ଗୁଳି ଫୁଟୁଥିଲା | କିନ୍ତୁ ସ୍କୁଲ ଭିତରେ ରହିଯାଇଥିଲେ ହିଂସାକୁ ବୁଝୁନାଥିବା ଛୋଟ ଛୋଟ ପିଲା | ଏଭଳି ସ୍ଥିତିରେ କାଳେ ପାକିସ୍ତାନର ଗୁଳିରେ ସ୍କୁଲ ପିଲାଙ୍କର କ୍ଷତି ପହଂଚିବ ସେହି ଆଶଙ୍କା କରି ନିଜ ଜୀବନକୁ ଭ୍ରୁକ୍ଷେପ ନକରି କୁନି କୁନି ସ୍କୁଲ୍ ପିଲାଙ୍କ ଜୀବନ ବଂଚାଇଲେ ଯବାନ । ଶନିବାର ପାକିସ୍ତାନୀ ଯବାନ ନିୟନ୍ତ୍ରଣ ରେଖାର ଆରପଟେ ଭାରତୀୟ ସୀମା ଆଡକୁ ଅଚାନକ ଫାୟାରିଙ୍ଗ୍ କରିବା ଆରମ୍ଭ କରି ଦେଇଥିଲେ । ତେବେ କିଛି ସ୍କୁଲ୍ ପିଲା ଘରକୁ ଫେରୁଥିବା ସମୟରେ ଫାୟାରିଙ୍ଗ୍ ରେଞ୍ଜ ଭିତରେ ଚାଲିଆସିଥିଲେ ।

ରାସ୍ତାରେ ଫସିଥିବା ଏହି ସ୍କୁଲ୍ ପିଲାଙ୍କୁ ଭାରତୀୟ ସେନାର ଯବାନମାନେ ନିଜକୁ ଜୀବନକୁ ବାଜି ଲଗାଇ ବଂଚାଇଥିଲେ । ସେନାର ଯବାନମାନେ ବାଲାକୋଟ୍ ସ୍ଥିତ ସରକାରୀ ସ୍କୁଲର ପିଲାମାନଙ୍କୁ ବଂଚାଇ ତାଙ୍କୁ ଆର୍ମି ଗାଡିରେ ଫାୟାରିଙ୍ଗ୍ ରେଞ୍ଜ ଠାରୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ ।ସେନା ଯବାନ ୨ ଟି ସ୍କୁଲର ପିଲାମାନଙ୍କୁ ବଂଚାଇ ଗାଡିରେ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ।


ଗାଡିରେ ବସିବା କ୍ଷଣି ସ୍କୁଲ୍ ପିଲାମାନେ ସେନା ଯବାନଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇ ନିଜ ଖୁସି ଜାହିର କରିଥିଲେ । ଏହି ଘଟଣା ଜମ୍ମୁ-କାଶ୍ମୀରର ମେଢର୍ ତହସିଲରେ ଘଟିଛି ।

ସମ୍ବନ୍ଧିତ ଖବର