ପାକ୍‌କୁ ଉଚିତ ଜବାବ ଦେବା ଲାଗି ସ୍ନାଇପର ରାଇଫଲ୍‌ ଖରିଦ କଲା ଭାରତୀୟ ସେନା; ନିୟନ୍ତ୍ରଣ ରେଖାରେ ବ୍ୟବହାର କଲେ ଯବାନ

ଶ୍ରୀନଗର: ଗତ କିଛି ଦିନ ହେବ ଭାରତ-ପାକ୍‌ ଭିତରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ହେତୁ ଭାରତୀୟ ସେନାର ଏବେ ମୁଖ୍ୟ ଟାର୍ଗେଟ ବନିଯାଇଛି ପାକିସ୍ତାନ ସେନା। ଜାଣିବାକୁ ମିଳିଛି ଯେ ବୁଧବାର ପାକିସ୍ତାନୀ ସେନା ସୀମାରେ ଅନ୍ତ୍ର ବିରତି ଉଲଂଘନ କରିବାରୁ ଭାରତୀୟ ସେନା ନୂଆ ସ୍ନିପର୍‌ ରାଇଫଲ୍‌ ଧରି ପାକ୍‌ ନିୟନ୍ତ୍ରଣ ରେଖାଠାରେ ଏହାର ଉଚିତ ଜବାବ ଦେଇଛି। ସୀମାରେ ପାକ୍‌ ଅସ୍ତ୍ର ବିରତି ଉଲଂଘନ କରିବା ପରେ ଭାରତ ପକ୍ଷରୁ ଗୁଳିଚାଳନା କରାଯାଇଥିବା ଜାଣିବାକୁ ମିଳିଛି।

ଏହି ରାଇଫଲ୍‌କୁ ଏକ ଇତାଲୀୟ କମ୍ପାନି ତିଆରି କରିଛି। ନିକଟରେ ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡ୍‌ ଏହାକୁ ଇଟାଲିଠାରୁ କ୍ରୟ କରିଛି। ଏହି ସ୍ନିଫର ରାଇଫଲର ନାମ ଫିନିଶ୍ ଲାପୁଆ ମ୍ୟାଗନମ୍ ହୋଇଥିବା ବେଳେ ଇତାଲୀୟ କମ୍ପାନି ବେରେଟ୍ଟା ଏହାର ପ୍ରସ୍ତୁତକାରକ। ସେନାର ନର୍ଦ୍ଦନ କମାଣ୍ଡ ଏହି ରାଇଫଲକୁ ସିଧାସଳଖ କ୍ରୟ କରିଛି। ଜରୁରୀ ଆବଶ୍ୟକତା ପୂରଣ ଲାଗି ଏହି କ୍ରୟ କରାଯାଇଛି।  ତେବେ, ଜାଣିବାକୁ ମିଳିଛି ଭାରତ ପକ୍ଷରୁ ହୋଇଥିବା ଏହି ସ୍ନିପର ରାଇଫଲ୍‌ ଆକ୍ରମଣରେ କ’ଣ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ପାକିସ୍ତାନୀ ଆତଙ୍କବାଦୀମାନେ ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମାଠାରେ ଆକ୍ରମଣ କରିବା ପରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ସେବେଠାରୁ ଭାରତ-ପାକ୍‌ ମଧ୍ୟରେ ବିବାଦ ଲାଗିରହିଛି।

ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟଠାରେ ଏୟାର୍‌ ଷ୍ଟ୍ରାଇକ୍‌ କରି ପାଖାପାଖି ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିଲା।

ସମ୍ବନ୍ଧିତ ଖବର