ଯେତିକି ଅତ୍ୟାଆବଶ୍ୟକ ସେତିକି ସୈନ୍ୟ ରଖିବାକୁ ୧୫୦, ୦୦୦ ଚାକିରି କମାଇବ ଭାରତୀୟ ସେନା

ନୂଆଦିଲ୍ଲୀ: ଆସନ୍ତା ଚାରି ରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ସେନା ୧୫୦, ୦୦୦ ସୈନ୍ୟ କମାଇବାର ସମ୍ଭାବନା ରହିଛି। ସେନାର ପ୍ରଭାବଶୀଳତାକୁ ତୀକ୍ଷ୍ଣ ଏବଂ ଭବିଷ୍ୟତ ଯୁଦ୍ଧ ନିମନ୍ତେ ପ୍ରସ୍ତୁତି କରିବାକୁ ଏକ ଉପରିସ୍ଥ କ୍ୟାଡର୍‌ ରିଭିଉ ଏ ଭଳି ପ୍ରସ୍ତାବ ଦେଇଥିବା କଥା ଦୁଇଜଣ ଅଧିକାରୀ ରବିବାର ଦିନ କହିଛନ୍ତି।

ଜୁନ୍‌ ୨୧ ତାରିଖ ଦିନ ଦିଆ ଯାଇ ଥିବା କ୍ୟାଡର୍‌ ରିଭିଉ ଆଦେଶ ଅନେକ ପ୍ରସଙ୍ଗରେ ଆଲୋକପାତ କରିଛି। ୧. ୨ ନିୟୁତ ସୈନକ ଥିବା ସୈନ୍ୟ ବାହିନୀକୁ କାଣ୍ଟଛାଣ୍ଟ କରି ତାହାର କାର୍ଯ୍ୟ ଦକ୍ଷତା ବଢ଼ାଇବା ସେଥିରୁ ଅନ୍ୟତମ।

ସେନା ସଚିବ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଜେଏସ୍‌ ସାନ୍ଧୁଙ୍କ ନେତୃତ୍ୱରେ ଏକ ୧୧ ସଦସ୍ୟବିଶିଷ୍ଟ ପାନେଲ୍‌ ଏହି ରିଭିୟୁ ସମ୍ବନ୍ଧରେ ଏ ମାସ ଶେଷସୁଦ୍ଧା ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ଙ୍କ ପ୍ରାଥମିକ ରିପୋର୍ଟ କରିବା ସହ ନଭେମ୍ବରରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ।

କେତେକ ଶ୍ରେଣୀ ମଧ୍ୟରେ ସମିଶ୍ରଣ ଯୋଗୁଁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୫୦, ୦୦୦ ସୈନ୍ୟ କମିଯିବାର ସମ୍ଭାବନା ରହିଛି। ଏହି ଧାରାରେ ୨୦୨୨-୨୩ ସୁଦ୍ଧା ଆଉ ୧୦୦, ୦୦୦ କମି ଯିବାର ସମ୍ଭାବନା ରହିଛି। କିନ୍ତୁ, ଏ ସବୁ ବିଷୟ ଏବେ ଅଧ୍ୟୟନ ପର୍ଯ୍ୟାୟରେ ରହିଛି।

ସମ୍ବନ୍ଧିତ ଖବର