ଭାରତୀୟ ସେନା ହାତକୁ ଆସିବ ଆମେରିକା ସେନା ବ୍ୟବହାର କରୁଥିବା ଏହି ଅତ୍ୟାଧୁନିକ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ : ଭାରତୀୟ ସେନା ହାତକୁ ଆସିବ ଆମେରିକା ନିର୍ମିତ ଘାତକ ସିଗ ସଓ୍ଵାର କମ୍ପାନି ଦ୍ୱାରା ନିର୍ମିତ ସିଗ-୭୧୬-ଜି୨ ରାଇଫଲ । ଏହା ଦ୍ୱାରା ଚୀନ ଓ ପାକିସ୍ତାନ ସୀମାରେ ମୃତୟନ ହୋଇଥିବା ଯବାନ ମାନଙ୍କ ଆକ୍ରମଣ ଦକ୍ଷତା ବୃଦ୍ଧି ପାଇବ । ପ୍ରାୟ ୭୩ ହଜାର ଆସଲ୍ଟ ସିଗ ସଓ୍ଵାର ରାଇଫଲ ଖରିଦ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଂଜୁରୀ ଦେଇଛନ୍ତି । ଫାଷ୍ଟ ଟ୍ରାକ ମୋଡରେ ଏସବୁ ରାଇଫଲ ଖରିଦ କରାଯିବ ।
ଏପରି ଅତ୍ୟାଧୁନିକ ଆସଲ୍ଟ ରାଇଫଲ ଯୋଗାଇବା ପାଇଁ ଭାରତୀୟ ସେନା ଓ ବିଏସଏଫ ପକ୍ଷରୁ ବହୁଦିନ ଧରି ଦାବି ହୋଇଆସୁଥିଲା । ଏହି ସିଗ ସଓ୍ଵାର ରାଇଫଲକୁ ଆମେରିକା ସେନା ସମେତ କେତେକ ନାଟୋ ସଦସ୍ୟ ରାଷ୍ଟ୍ର ବ୍ୟବହାର କରିଆସୁଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ଡିଲ୍‌ ଚୂଡାନ୍ତ ହୋଇଯିବ । ଏହି ଚୁକ୍ତି ସ୍ୱାକ୍ଷରିତ ହେବାର ୧ ବର୍ଷ ମଧ୍ୟରେ ସଂପୃକ୍ତ ଆମରିକୀୟ କମ୍ପାନି ଡେଲିଭରୀ ଦେବ । କେବଳ ଆମେରିକା ନିର୍ମିତ ରାଇଫଲ ନୁହେଁ ଭାରତ ଋଷିଆରୁ କାଲାସନିକୋଭ ରାଇଫଲ ଖରିଦ ପାଇଁ ମଧ୍ୟ ଚୁକ୍ତି କରିଛି । ଭାରତୀୟ ସେନା ଏବେ ଇନସାସ ରାଇଫଲ ବ୍ୟବହାର କରୁଛି ।

ସମ୍ବନ୍ଧିତ ଖବର