ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବ ଅତ୍ୟାଧୁନିକ ଡ୍ରୋନ୍ । ୧୦ ହଜାର ଫୁଟ ଉଚ୍ଚତାରେ ମୁତୟନ ହୋଇଥିବା ଯବାନଙ୍କ ପାଖରେ ଡ୍ରୋନ ପହଞ୍ଚାଇବ ଯୁଦ୍ଧାସ୍ତ୍ର । ଆଉ ଆବଶ୍ୟକ ସ୍ଥଳେ ଶତ୍ରୁଙ୍କ ଉପରେ ଆକ୍ରମଣରେ ମଧ୍ୟ ସାମିଲ୍ ହେବ ଡ୍ରୋନ। ନୂଆଦିଲ୍ଲୀରେ ଅନୁଷ୍ଠିତ ଆର୍ମି କମାଣ୍ଡର୍ସ କନଫରେନ୍ସରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।
ଭାରତ ସହ ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନ ସହ ଆମର ସଂପର୍କ ମଧୁର ନୁହେଁ। କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଭାରତକୁ ବାରମ୍ବାର ଯୁଦ୍ଧର ଧମକ ଦେଉଛି। ଚୀନ ପାକିସ୍ତାନକୁ ଆଖିବୁଜା ସମର୍ଥନ କରୁଛି। ପାକିସ୍ତାନୀ ଡ୍ରୋନ ବାରମ୍ବାର ଭାରତ ସୀମା ଭିତରୁ ପଶୁଛି। ଏପରି ସ୍ଥଳେ ଡ୍ରୋନର ଆବଶ୍ୟକତା ଦେଖା ଦେଇଛି। ଏହାକୁ ଆଖିରେ ରଖି ଅତ୍ୟାଧୁନିକ ଡ୍ରୋନ ଭାରତୀୟ ସେନାରେ ସାମିଲ କରିବାକୁ ଚିନ୍ତା କରାଯାଉଛି।
/sambad/media/post_attachments/wp-content/uploads/2018/01/Drone_LIlY_00011_1024x576_0-1024x683.png)
ଶତ୍ରୁକୁ କଡା ଜବାବ ଦେବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ସେନା । ଭାରତୀୟ ସେନା ଏଭଳି ଏକ ଡ୍ରୋନ କିଣିବାକୁ ଯାଉଛି ଯାହା ପାଖରେ ଯୁଦ୍ଧାସ୍ତ୍ର ନବା ଆଣିବା କରିବା ସହ ଦରକାର ପଡିଲେ ଶତ୍ରୁ ଉପରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ରହିଛି । ଏହି ଡ୍ରୋନକୁ ପାହାଡି ଇଲାକାର ସବୁଠୁ ଉଚ୍ଚ ସ୍ଥାନରେ ମୁତୟନ କରାଯିବ । ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହ ଶତ୍ରୁ ଉପରେ ମିଜାଇଲ ଭଳି ଆକ୍ରମଣ ମଧ୍ୟ କରିପାରିବ ଏହି ଅତ୍ୟାଧୁନିକ ଡ୍ରୋନ୍ । କେବଳ ସେତିକି ନୁହେଁ, ୧୦ ହଜାର ଫୁଟ ଉଚ୍ଚତାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ପାଖରେ ଏହି ଡ୍ରୋନ୍ ପ୍ରାୟ ୪୦ କିଲୋର ଅସ୍ତ୍ରଶସ୍ତ୍ରକୁ ପହଞ୍ଚାଇପାରିବ।
ଏହି ଡ୍ରୋନ ପାକିସ୍ତାନ-ଭାରତ ପଶ୍ଚିମ ସୀମା ଓ ଲଦାଖ ଅଂଚଳରେ ଚୀନ ସୀମାନ୍ତରେ ମୁତୟନ କରାଯିବା ପ୍ରସ୍ତାବ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Drones-rep-image-696x392.jpg)