ପାକିସ୍ତାନ ସୀମାରେ ଏହି ନବଗଠିତ ଘାତକ ଫୋର୍ସକୁୁ ମୃତୟନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ : ପାକିସ୍ତାନ ପଟୁ ବିପଦର ଆଶଙ୍କା ବଢୁଥିବାରୁ ଭାରତୀୟ ସେନା ନିଜର ରଣକୌଶଳ ବଦଳାଇବାକୁ ଯାଉଛି । ପାକିସ୍ତାନ ପଟୁ ଯେକୌଣସି ପ୍ରକାରର ଦୁଃସାହାସର ତୁରନ୍ତ ମୁକାବିଲା ପାଇଁ ଭାରତୀୟ ସେନା ପାକିସ୍ତାନକୁ ଲାଗିଥିବା ସୀମାରେ ଇଣ୍ଟିଗ୍ରେଟେଡ ବ୍ୟାଟେଲ ଗ୍ରୁପ (ଆଇବିଜି) ମୃତୟନ କରିବ ।

Army Times

ପାରମ୍ପରିକ ବ୍ରିଗେଡ ବଦଳରେ ଏହି ଆଇବିଜି ଗୁଡ଼ିକ ମୃତୟନ ହେବ । ଏହି ଗ୍ରୁପ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ କମାଣ୍ଡୋ ରହିଥାନ୍ତି । ଗୋଟିଏ ଗୋଟିଏ ଗ୍ରୁପ ପାଖରେ ଆର୍ଟିଲାରୀ ଗନ (ତୋପ), ଟ୍ୟାଙ୍କ, ଏୟାର ଡିଫେନ୍ସ ସିଷ୍ଟମ ଓ ଅନ୍ୟ ଲଜିଷ୍ଟିକ୍ସ ଉପକରଣ ରହିବ । ଏମାନଙ୍କ ପାଖରେ ଲଢୁଆ ବିମାନ ମଧ୍ୟ ରହିବ । ଗୋଟିଏ ଆଇବିଜିକୁ ଦୁଇ ଭାଗରେ ବିଭକ୍ତ କରାଯାଏ । ପ୍ରଥମ ଭାଗଟି ଶତ୍ରୁର ସୀମାରେ ପଶି ଆକ୍ରମଣ କରିବ । ଅନ୍ୟ ଭାଗକୁ ସୀମା ଭିତରେ ରହି ଶତ୍ରୁର ଆକ୍ରମଣର ଜବାବ ଦେବ । ଗତ କିଛି ମାସ ହେଲା ଭାରତୀୟ ସେନା ଏହାର ପରୀକ୍ଷଣ କରିଆସୁଛି । ଆସନ୍ତା ଅକ୍ଟୋବର ସୁଦ୍ଧା ପାକ ସୀମାରେ ମୋଟ ୩ଟି ଆଇବିଜି ମୃତୟନ କରାଯିବ । ପରେ ଚୀନ ସୀମାରେ ମଧ୍ୟ ଆଇବିଜି ମୃତୟନ କରାଯିବ ।

ସମ୍ବନ୍ଧିତ ଖବର