ଭାରତୀୟ କମ୍ପାନି ଆମେରିକା ସେନାକୁ ଜୋତା ଯୋଗାଉଛନ୍ତି, କିନ୍ତୁ ଆମ ସେନା ପୁରୁଣାକାଳିଆ ଜୋତା ବ୍ୟବହାର କରୁଛି

ନୂଆଦିଲ୍ଲୀ: ଭାରତୀୟ କମ୍ପାନିମାନେ ବିଶ୍ୱର ଅନେକ ଦେଶକୁ ବୁଟ୍‌ ରପ୍ତାନି କରୁଛନ୍ତି । ଏପରିକି ଆମେରିକା ସେନାକୁ ମଧ୍ୟ କେତେକ ଭାରତୀୟ କମ୍ପାନି ଅତ୍ୟାଧୁନିକ ମିଲିଟାରୀ ବୁଟ୍‌ ଯୋଗାଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଆମ ଭାରତୀୟ ସେନା ୧୩୦ ବର୍ଷ ତଳେ ବ୍ରିଟିଶ ଅମଳରେ ଡିଜାଇନ ହୋଇଥିବା ଜୋତା ବ୍ୟବହାର କରୁଛି । ସେଗୁଡ଼ିକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ କମ୍ପାନି ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡ ନିର୍ମାଣ କରିଆସୁଛି । ପୁରୁଣାକାଳିଆ ହୋଇଥିବାରୁ ଏହି ଜୋତାଗୁଡ଼ିକ ସବୁ ପରିସ୍ଥିତିରେ ପିନ୍ଧିବା ପାଇଁ ଉପଯୁକ୍ତ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । କେବଳ ସିଆଚେନକୁ ଛାଡିଦେଲେ ଜଳବାୟୁ ଯେ କୌଣସି ହେଉନା କାହିଁକି ଭାରତୀୟ ସେନା ପାଇଁ ଗୋଟିଏ ପ୍ରକାରର ଜୋତା ଦିଆଯାଇଥାଏ । କିନ୍ତୁ ଆଧୁନିକ ମିଲିଟାରୀମାନେ ପରିସ୍ଥିତିକୁ ଦେଖିକରି ମିଲିଟାରୀ ବୁଟ ପିନ୍ଧିଥାନ୍ତି । କିଛି ଭାରତୀୟ କମ୍ପାନି ଅଛନ୍ତି ସେମାନେ ଆମେରିକୀୟ ସେନାକୁ ମିଲିଟାରୀ ବୁଟ ଯୋଗାଉଛନ୍ତି । କିନ୍ତୁ ଆମ ଦେଶର ସେନା ସେହି ପୁରୁଣା କାଳିଆ ସରକାରୀ ଜୋତା ବ୍ୟବହାର କରିଚାଲିଛି ।

ଅବଶ୍ୟ ଗତ ବର୍ଷ ଭାରତ ସରକାର ନିୟମରେ କେତେକ ପରିବର୍ତ୍ତନ କରି ସେନାର କେତେକ ସାମଗ୍ରୀ ଘରୋଇ କମ୍ପାନିମାନଙ୍କଠାରୁ କିଣିବାକୁ ପଥ ପରିଷ୍କାର କରିଥିଲେ । କିନ୍ତୁ ଏହି ନୀତି ଲାଗୁ ହେବାରେ ବିଳମ୍ବ ହେଉଛି ।

 

ସମ୍ବନ୍ଧିତ ଖବର