‘ଆତଙ୍କବାଦର ଦମନ ପାଇଁ ଦରକାର ପଡ଼ିଲେ ଆଉ ଏକ ସର୍ଜିକାଲ୍‌ ଷ୍ଟାଇକ୍‌ କରିବାକୁ ଭାରତୀୟ ସେନା ପଛାଇବ ନାହିଁ’

ଡେରାଡୁନ୍‌: ଆବଶ୍ୟକ ପଡ଼ିଲେ ଆତଙ୍କବାଦର ଦମନ କରିବା ପାଇଁ ଆଉ ଏକ ସର୍ଜିକାଲ୍‌ ଷ୍ଟାଇକ୍‌ କରିବାକୁ ଭାରତୀୟ ସେନା ପଛଘୁଞ୍ଚା ଦେବ ନାହିଁ ବୋଲି ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଲେଫ୍ଟେନାଣ୍ଟ ଜେନେରାଲ୍‌ ଦେବରାଜ ଅନ୍‌ବୁ କହିଛନ୍ତି। ସୀମାରେ ଆତଙ୍କବାଦୀମାନଙ୍କୁ ନିହତ କରିବା ପାଇଁ କରାଯାଉଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଆମ ସେନା ଯବାନଙ୍କର ସାହସିକତାର ପ୍ରଦର୍ଶନ କରିବାର ଏକ ସୁଯୋଗ ବୋଲି ଦେବରାଜ ଅନ୍‌ବୁ ମନ୍ତବ୍ୟ ଦେଇଛନ୍ତି। ଡେରାଡୁନ୍‌ରେ ଜଣେ ରିପୋର୍ଟର ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଶନିବାର ଦେବରାଜ ସାମ୍ନାରୁ ଶତ୍ରୁଙ୍କୁ ଟକ୍କର ଦେବା ପାଇଁ ଆମ ଯବାନମାନେ ପୁଣି ଥରେ ସେପରି କରିପାରନ୍ତି ବୋଲି ଗର୍ବର ସହ ମତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ୧୮ ତାରିଖରେ ଜମ୍ମୁ-କଶ୍ମୀରର ଉରିଠାରେ ପାକିସ୍ତାନୀମାନେ ଆକ୍ରମଣ କରିବା ପରେ ଭାରତୀୟ ସେନା ତାହାର ଓଲଟା ଯବାବ ଦେବା ପାଇଁ ଉରି ଆକ୍ରମଣର ଠିକ୍‌ ୧୦ ଦିନ ପରେ ପାକ୍‌ ଅଧିକୃତ୍‌ କଶ୍ମୀରଠାରେ ସର୍ଜିକାଲ୍‌ ଷ୍ଟାଇକ୍‌ କରିଥିଲା। ଚାରି ଘଣ୍ଟାର ଏହି ସର୍ଜିକାଲ୍‌ ଷ୍ଟାଇକ୍‌ରେ ଭାରତୀୟ ସେନା ପାଖାପାଖି ୫୦ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲା।

ସମ୍ବନ୍ଧିତ ଖବର