ଲଦାଖରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଧସ୍ତାଧସ୍ତି

ନୂଆଦିଲ୍ଲୀ: ବୁଧବାର ପାହାନ୍ତା ପରେ ପରେ ଲଦାଖସ୍ଥିତ ୧୩୪ କିଲୋମିଟର୍‌ ଲମ୍ବ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ୱ କୂଳରେ ଭାରତ ଓ ଚୀନ୍‌ ସେନାବାହିନୀର ଯବାନମାନେ ଧସ୍ତାଧସ୍ତି ଲାଗିଥିଲେ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ଯବାନମାନେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ‘ପିପଲ୍‌ସ୍‌ ଲିବେରେସନ୍‌ ଆର୍ମି’ ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେମାନେ ସେଠାରେ ଭାରତୀୟ ଯବାନଙ୍କ ଉପସ୍ଥିତିକୁ ଘୋର ବିରୋଧ କରିଥିଲେ। ଏଥିରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଯବାନଙ୍କ ମଧ୍ୟରେ ଝଗଡ଼ା ଓ ଧସ୍ତାଧସ୍ତି ହୋଇଥିଲା। ଫଳରେ ଉଭୟ ପକ୍ଷ ଉଭୟ ପଟରେ ଅଧିକ ସୈନ୍ୟ ଠୁଳ କରିଥିଲେ ଏବଂ ଘଟଣାସ୍ଥଳରେ ସନ୍ଧ୍ୟାଯାଏଁ କଜିଆ ଚାଲିଥିଲା।

Image Source: ABP Live

ପରେ ଉତ୍ତେଜନା ହ୍ରାସ ନିମନ୍ତେ ବ୍ରିଗେଡର୍‌ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ଆଲୋଚନା ହୋଇଥିଲା ଏବଂ ଉଭୟ ପକ୍ଷ ଏହାକୁ ମାନିଥିଲେ। ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଏ ଭଳି ଘଟଣା ମଝିରେ ମଝିରେ ଘଟେ ଏବଂ ସୀମାନ୍ତ କର୍ମଚାରୀଙ୍କ ବୈଠକ, ଫ୍ଲାଗ୍‌ ମିଟିଙ୍ଗ୍‌ ଆଦି କରାଯାଇ ଏହାର ସମାଧାନ କରାଯାଏ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର