ପାଣି ପଶିଥିବା ଯାତ୍ରୀବାହୀ ଜାହାଜ ‘ଏମ୍‌ଭି ସ୍ୱରାଜ’ରୁ ୩୪୩ ଜଣଙ୍କୁ ଉଦ୍ଧାର କଲା ତଟରକ୍ଷୀ ଜାହାଜ ‘ଅରୁଣା ଅସଫ ଅଲି’

0 423

ପୋର୍ଟ ବ୍ଲେୟାର୍‌: ଗୁରୁବାର ଦିନ ପାଣି ପଶିଯାଇଥିବା ଯାତ୍ରୀବାହୀ ଜାହାଜ ‘ଏମ୍‌ଭି ସ୍ୱରାଜ’ରେ ଅଟକି ରହିଥିବା ୩୪୩ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ତଟ ରକ୍ଷୀ ଜାହଜ ‘ଅରୁଣା ଆସଫ ଅଲି’।

ଆଣ୍ଡାମାନ ଓ ନିକୋବର ଦ୍ୱୀପର ଉତ୍ତରାଞ୍ଚଳ ଆଡ଼କୁ କାର୍‌ ନିକୋବର୍‌ ଠାରୁ ପ୍ରାୟ ୪୦ ନଟିକାଲ୍‌ ମାଇଲ୍‌ ସମୁଦ୍ର ମଧ୍ୟରେ ଥିବା ‘ଏମ୍‌ଭି ସ୍ୱରାଜ’ ମଧ୍ୟରେ ପାଣି ପଶିଛି ଏବଂ ତୁରନ୍ତ ସହାୟତା ଦରକାର ବୋଲି ଖବର ଆସିଥିଲା।

ଠିକଣା ସମୟରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସେଠାରେ ପହଞ୍ଚି ସବୁ ଯାତ୍ରୀମାନଙ୍କୁ ନିରାପଦରେ କାଢ଼ି ଆଣିଥିଲେ।

ପରେ ହେଭି-ଡିୟୁଟି ପାଣି ପମ୍ପ୍‌ ଲଗା ଯାଇ ସେଥିରୁ ପାଣି ବାହାର କରାଯାଇଥିବା କଥା ତଟରକ୍ଷୀ ବାହିନୀ କହିଛି।

ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ‘ଅରୁଣା ଅସଫ ଅଲି’ ହେଉଛି ଏକ ‘ସରୋଜିନୀ ନାଇଡୁ-ଶ୍ରେଣୀୟ ଦ୍ରୁତଗାମୀ ପେଟ୍ରୋଲ୍‌ ପୋତ। ଦ୍ରୁତ ବେଗରେ ଗତି କରୁଥିବା ଏହି ଜାହାଜରେ ସର୍ଭିଲେନ୍‌ସ୍‌ ପ୍ଲାଟ୍‌ଫର୍ମ ରହିଛି ଏବଂ ଅଗଭୀର ଜଳରାଶିରେ ଗତି କରିବା ନିମନ୍ତେ ଏଥିରେ ସାମର୍ଥ୍ୟ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.