ଆମେରିକାରେ ୮୦୦ ଫୁଟ୍‌ ତଳକୁ ଖସି ପ୍ର୍ରାଣ ହରାଇଲେ ଭାରତୀୟ ଦମ୍ପତି

ୱାସିଂଟନ୍‌ : ଏକ ଅଭାବନୀୟ ଘଟଣାକ୍ରମରେ ଆମେରିକା‌ରେ ରହୁଥିବା ଜଣେ ଭାରତୀୟ ଦମ୍ପତିଙ୍କର ମୃତ୍ୟୁ ହୋଇଯାଇଛି। ଭାରତୀୟ ଦମ୍ପତି ବିଷ୍ଣୁ ବିଶ୍ବନାଥ (୨୯) ଏବଂ ମୀନାକ୍ଷୀ ମୂର୍ତ୍ତି (୩୦)ଙ୍କର କାଲିଫର୍ନିଆର ୟୋସେମାଇଟ୍‌ ନ୍ୟାସନାଲ ପାର୍କରେ ୮୦୦ ଫୁଟ୍‌ ତଳକୁ ଖସି ପଡ଼ି ମୃତ୍ୟୁ ହୋଇ ଯାଇଛି। ଉଭୟ ସଫ୍ଟୱେୟାର ଇଞ୍ଜିନିୟର। ତେବେ ନିକଟରେ ସେମାନେ ନ୍ୟୁୟର୍କରୁ ସାନଫ୍ରାନସିସ୍କୋ ଯାଇଥିଲେ। ଟାଫ୍ଟ ପଏଣ୍ଟ୍‌ର ନିମ୍ନ ଭାଗରୁ ସେମାନଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର