ହିନ୍ଦୀ ଓ ସଂସ୍କୃତ କ୍ଲାସ୍‌ ଆରମ୍ଭ କରିବ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ଦୂତାବାସ

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାରେ ହିନ୍ଦୀ ଓ ସଂସ୍କୃତ ଭାଷାର ପ୍ରସାର ଉଦ୍ଦେଶ୍ୟରେ ଓ୍ଵାସିଂଟନ୍‌ରେ ଅବସ୍ଥିତ ଭାରତୀୟ ଦୂତାବାସ ଖୁବ୍‌ ଶୀଘ୍ର ଦୁଇଟି ଭାଷାର ମାଗଣା ସାପ୍ତହିକ କ୍ଲାସ୍‌ ଆରମ୍ଭ କରିବ ବୋଲି ଘୋଷଣା କରିଛି।

ଏଇ ଘଣ୍ଟିକିଆ କ୍ଲାସ୍‌ରେ ଦୂତାବାସର ଭାରତୀୟ ସଂସ୍କୃତି ଶିକ୍ଷକ ଡକ୍ଟର୍‌ ମୋକ୍ସ୍‍ ରାଜ ଶିକ୍ଷାଦାନ କରିବେ ବୋଲି ଘୋଷଣା କରାଯାଇଛି।

ଦୂତାବାସ ପରିସର ମଧ୍ୟରେ କ୍ଲାସ୍‌ କରାଯିବ। କ୍ଲାସ୍‌ ଆରମ୍ଭର ଠିକଣା ତାରିଖ ଖୁବ୍‌ ଶୀଘ୍ର ଘୋଷଣା କରାଯିବ।

ପ୍ରତି ମଙ୍ଗଳବାର ସନ୍ଧ୍ୟା ୬ଟାରୁ ୭ଟା ଯାଏଁ ହିନ୍ଦୀ କ୍ଲାସ୍‌ ଏବଂ ପ୍ରତି ଗୁରୁବାର ଏଇ ଏକା ସମୟରେ ସଂସ୍କୃତ କ୍ଲାସ୍‌ କରାଯିବ।

ସମ୍ବନ୍ଧିତ ଖବର