୩ ବର୍ଷର ଛୁଆ କାନ୍ଦିବାରୁ ବିମାନରୁ ଭାରତୀୟ ପରିବାରକୁ ଓହ୍ଲାଇ ଦେଲା ବ୍ରିଟିସ୍‌ ଏୟାର୍‌ଲାଇନ୍‌

0 1,148

ନୂଆଦିଲ୍ଲୀ: ତିନି ବର୍ଷର ଛୁଆ କାନ୍ଦିବାରୁ ଏକ ଅଗ୍ରଣୀ ଇଉରୋପୀୟ ଏୟାର୍‌ଲାଇନ୍‌ ଗୋଟିଏ ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ମାଆ ଛୁଆଟିକୁ କୋଳରେ ଧରି ତୁନ କରୁଥିବା ବେଳେ ବିମାନଟି ଉଡ଼ାଣ ନିମନ୍ତେ ଗଡ଼ିବା ଆରମ୍ଭ କରିଥିଲା। ସେତିକି ବେଳେ ଜଣେ କ୍ୟାବିନ୍‌ କ୍ରୁ ଜାଣିଶୁଣି ପିଲାଟିକୁ ଚଢ଼ା ଗଳାରେ କହିଲେ କି ଯାଇ ତୋ ସିଟ୍‌ରେ ବସ୍‌। କଡ଼ା କଥାରେ ପିଲାଟି ଛାନିଆରେ ରାହାଛାଡ଼ି କାନ୍ଦିଲା।

Panda Mobile only

ଏହା ପରେ ବିମାନଟି ଟର୍ମିନାଲ୍‌କୁ ଫେରିଗଲା ଓ ସେ ଛୁଆଟିର ପରିବାର ସମେତ ସେମାନଙ୍କ ପଛ ସିଟ୍‌ରେ ବସି ଥିବା ଅଳ୍ପ କେତେକ ଭାରତୀୟଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା। ବର୍ଣ୍ଣବୈଷମ୍ୟ ଆଚରଣ ବୋଲି କୁହାଯାଉଥିବା ଏହି ଘଟଣା ବ୍ରିଟିସ୍‌ ଏୟାର୍‌େଓ୍ଵଜ୍‌ର ଲଣ୍ଡନ୍‌-ବର୍ଲିନ୍‌ ବିମାନ (ବିଏ୮୪୯୫)ରେ ଜୁଲାଇ ୨୩ ତାରିଖ ଦିନ ଘଟିଛି। ଇଣ୍ଡିଆନ୍‌ ଇଞ୍ଜିନିୟରିଙ୍ଗ୍‌ ସର୍ଭିସ୍‌ର ୧୯୮୪ ବ୍ୟାଚ୍‌ ଅଫିସର୍‌ ସମ୍ପ୍ରତି ଯିଏ ପରିବହନ ମନ୍ତ୍ରାଳୟରେ ନିଯୁକ୍ତି ପାଇଛନ୍ତି, ତାଙ୍କ ପରିବାର ସହ ଏଭଳି ଆଚରଣ କରାଯାଇଛି।

ଯୁଗ୍ମ-ସଚିବସ୍ତରୀୟ ସେ ଅଧିକାରୀଜଣକ ଏବେ ବିମାନ ପରିବହନ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଠାରେ ଫେରାଦ ହୋଇଛନ୍ତି। ତାଙ୍କର ଅଭିଯୋଗ ଏୟାର୍‌ଲାଇନ୍‌ ତାଙ୍କ ପ୍ରତି ଅପମାନ ଓ ବର୍ଣ୍ଣବୈଷମ୍ୟ ବ୍ୟବହାର କରିଛି। ବ୍ରିଟିସ୍‌ ଏୟାର୍‌େଓ୍ଵଜ୍‌ର ଜଣେ ମୁଖପାତ୍ର କହିଛନ୍ତି: ଆମେ ଏଭଳି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରୁଛୁ। ଆମେ କୌଣସି ପ୍ରକାର ବୈଷମ୍ୟ ସହ୍ୟ କରି ପାରିବୁ ନାହିଁ। ଆମେ ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛୁ ଏବଂ ସେ ଯାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.