ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ପର୍ଯ୍ୟନ୍ତ ଏକ ଭିନ୍ନ ପତାକା ପରମ୍ପରା ସ୍ବତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଚାଲି ଆସିଥିବା ବେଳେ ଏବେ ଏହାର ପରିସମାପ୍ତି ଘଟିଛି। ଧାରା ୩୭୦ ହଟିଯିବା ସହିତ ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ପତାକା ପରମ୍ପରା ମଧ୍ୟ ହଟିଯାଇଛି। ଏହି କ୍ରମରେ ଆଜି ଶ୍ରୀନଗର ସ୍ଥିତ ରାଜ୍ୟ ସଚିବାଳୟ ଭବନ ଏବଂ ଅନ୍ୟ ସମସ୍ତ ପ୍ରତିଷ୍ଠାନରୁ ଅଲଗା ପତାକା ହଟାଇ ସେଠାରେ ତ୍ରିରଙ୍ଗା ଲଗା ଯାଇଛି। ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟିବା ପରେ ମଧ୍ୟ ଅନେକ ସ୍ଥାନରେ ତ୍ରିରଙ୍ଗା ସହିତ ଅଲଗା ପତାକା ମଧ୍ୟ ଲାଗିଥିବା ଦେଖିବାକୁ ମିଳିଥିଲା। ଏଣିକି ଆଉ କୌଣସି ସ୍ଥାନରେ ଭିନ୍ନ ପତାକା ଲାଗି ପାରିବ ନାହିଁ ଏବଂ କେବଳ ତ୍ରିରଙ୍ଗା ହିଁ ସର୍ବତ୍ର ଦେଖିବାକୁ ମିଳିବ। ଅଗଷ୍ଟ ୫ ତାରିଖ ଦିନ ଏନ୍ଡିଏ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଧାରା ୩୭୦କୁ ହଟାଇ ଦେଇଥିଲେ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ଧାରା ୧୪୪ ଲାଗୁ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଏହା ବଳବତ୍ତର ରହିଛି। ରାଜ୍ୟର ଅନେକ ପ୍ରମୁଖ ନେତା ଗୃହବନ୍ଦୀ ହୋଇ ରହିଥିବା ବେଳେ ଶତାଧିକ ବିଚ୍ଛିନ୍ନତାବାଦୀ ନେତାଙ୍କୁ ବିଭିନ୍ନ ଜେଲ୍ରେ ରଖାଯାଇଛି ।
ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ପତାକା ହଟିଲା, ସବୁ ସ୍ଥାନରେ ତ୍ରିରଙ୍ଗା
/sambad/media/post_attachments/wp-content/uploads/2019/08/afafasccascascacascac.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)