ମୋ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି ପାଇଁ ଭାରତ ସରକାର ଇଣ୍ଟରପୋଲ ଉପରେ ଚାପ ପକାଉଛନ୍ତି : ଜାକିର ନାଏକ

ନୂଆଦିଲ୍ଲୀ : ଭାରତରୁ ଫେରାର ହୋଇ ମାଲେସିଆେରେ ରହୁଥିବା ବିବାଦୀୟ ଧର୍ମଗୁରୁ ଜାକିର ନାଏକ ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି । ତା ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ପାଇଁ ଭାରତ ସରକାର ଇଣ୍ଟରପୋଲ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛି । କିନ୍ତୁ ଇଣ୍ଟରପୋଲ ଏବେ ସୁଦ୍ଧା ଭାରତ ସରକାରଙ୍କ ଆବେଦନକୁ ଖାରଜ କରିଆସିଛି ବୋଲି ସେ କହିଛି ।
୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା । ଏନଆଇଏ ପକ୍ଷରୁ ଦାଏର ଚାର୍ଜସିଟ୍ରେ କୁହାଯାଇଥିଲା ଯେ ଜାକିର ନାଏକ ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି । ତାହାର ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ଅନେକ ଯୁବକ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନଷ୍ଟ କରିବା ଅଭିଯୋଗରେ ତା ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି ।

ସମ୍ବନ୍ଧିତ ଖବର