ଇତିହାସ ରଚିଲେ ଭାରତୀୟ ଦିବ୍ୟାଙ୍ଗ ତୀରନ୍ଦାଜ

କୋଲ୍‌କାତା: ଭାରତୀୟ ଦିବ୍ୟାଙ୍ଗ ତୀରନ୍ଦାଜ ରାକେଶ କୁମାର, ଶ୍ୟାମସୁନ୍ଦର ସ୍ୱାମୀ ଏବଂ ତାରିଫ୍‌ ଇରୋପୀୟ ଦିବ୍ୟାଙ୍ଗ ତୀରନ୍ଦାଜୀ କପ୍‌ ଷ୍ଟେଜ୍‌-୨ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। କୌଣସି ଦିବ୍ୟାଙ୍ଗ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ। ଭାରତୀୟ କମ୍ପାଉଣ୍ଡ୍‌ ଦଳ ଚେକ୍‌ଗଣରାଜ୍ୟର ନୋଭେ ମେଷ୍ଟୋ ନାଦ ମେତୁଜିରେ ଆୟୋଜିତ ଫାଇନାଲ୍‌ରେ ୨୨୪-୨୦୭ରେ ରୋମାନିଆକୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ଭାରତୀୟ ଖେଳାଳି ୫୪-୫୫ରେ ରହି ଗୋଟିଏ ପଏଣ୍ଟ୍‌ ପଛରେ ରହିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପତ୍ୟାବର୍ତନ କରି ୫ ପଏଣ୍ଟ୍‌ ଆଗୁଆ ହେଇଥିଲା। ତୃତୀୟ ଏବଂ ଶେଷ ପର୍ଯ୍ୟାୟରେ ପୁଣି ୬ ପଏଣ୍ଟ୍‌ ଲେଖାଏଁ ହାତେଇ ନେଇ ଶୀର୍ଷରେ ରହି ଅଭିଯାନ ଶେଷ କରିଥିଲେ। ପ୍ରି-କ୍ୱାର୍ଟର୍‌ରେ ବାଇ ପାଇ ଆଗୁକୁ ବଢ଼ିଥିବା ଏହି ଭାରତୀୟ ଦଳ କ୍ୱାର୍ଟର୍‌ ଫାଇନାଲ୍‌ରେ ପୋଲାଣ୍ଡ୍‌କୁ ୨୨୨-୨୧୪ରେ ଏବଂ ସେମିଫାଇନାଲ୍‌ରେ ଫ୍ରାନ୍ସକୁ ୨୯-୨୮ (୧୨୧-୧୨୧) ଟ୍ରାଇବ୍ରେକ୍‌ରେ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏହି ପ୍ରତିଯୋଗିତାରେ ଭାରତରୁ ଏକ ୧୦ (୮ ପୁରୁଷ, ୨ ମହିଳା) ଜଣିଆ ଦଳ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର