ବେଆଇନ୍‌ ଭାବେ ବିଦେଶୀ ନାଗରିମାନଙ୍କୁ ଆମେରିକାକୁ ଆଣିଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

ଓ୍ଵାସିଂଟନ୍‌: ବେଆଇନ୍‌ ପ୍ରବାସବାସୀ ଭାବେ ଭାରତୀୟମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଚୋରାରେ ଆଣିଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଗୁରୁବାର ଦିନ ନିଉ ଜର୍ସି କୋର୍ଟ ଭବିନ୍‌ ପଟେଲ୍‌ ନାମକ ସେ ୩୮ ବର୍ଷିୟ ବ୍ୟକ୍ତି ଅଦାଲତରେ ଦୋଷ ସ୍ୱୀକାର କରି କହିଛନ୍ତି କି, ବ୍ୟକ୍ତିଗତ ଆର୍ଥିକ ଲାଭ ପାଇଁ ସେ ଏହା କରିଛନ୍ତି।

ତାଙ୍କୁ ୧୦ ବର୍ଷ ଜେଲ୍‌ ୨୫୦, ୦୦୦ ଡଲାର୍‌ ଜରିମାନା କରାଯାଇ ପାରେ। ଦଣ୍ଡାଦେଶ ଶୁଣାଣି ଜୁଲାଇ ୯ ତାରିଖରେ ହେବ।

ଏହି ମାମଲାରେ ଫାଇଲ୍‌ ହୋଇଥିବା କାଗଜପତ୍ର ଏବଂ ଅଦାଲତରେ ଦିଆଯାଇଥିବା ବିବୃତି ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତରୁ ବିଦେଶୀ ନାଗରିକମାନଙ୍କୁ ଆଣିବାକୁ ପଟେଲ୍‌ ଚୋରା ଅଭିଯାନ ପାଇଁ ଉପାୟ ଖୋଜୁଥିବାର ସୂଚନା ଡିପାର୍ଟମେଣ୍ଟ୍‌ ଅଫ୍‌ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି ଇନ୍‌ଭେଷ୍ଟିଗେସନ୍‌ସ୍‌କୁ ମିଳିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଚୋରାକାରବାର ସଂସ୍ଥାନ ଭାରତୀୟ ନାଗରିକ ଏବଂ ଅନ୍ୟମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଣିବାକୁ ଅର୍ଥ ନେଉଥିଲେ।

ଅକ୍ଟୋବର ୧୩ ତାରିଖ ଦିନ ଜଣେ ଗୁଇନ୍ଦା ଅଧିକାରୀ ଚୋରାଚାଲାଣକାରୀ ଭାବେ ବ୍ୟାଙ୍କ୍‌କ୍‌ରେ ପଟେଲ୍‌ଙ୍କୁ ଭେଟିଥିଲେ। ପଟେଲ୍‌ ତାଙ୍କୁ କହିଥିଲେ କି, ସେ ଭାରତୀୟ ନାଗରିକମାନଙ୍କୁ ଚୋରାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାହୁଁଛନ୍ତି।

ପଟେଲ୍‌ ଚୋରାରେ ଅଣାଯିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଡାଉନ୍‌ ପେମେଣ୍ଟ୍‌ କରିବାକୁ ସେ ରାଜି ହୋଇଥିଲେ ଏବଂ ସେ ବିଦେଶୀ ନାଗରିକମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆସିବା ପରେ ବାକି ଅର୍ଥ ମିଳିଯିବ ବୋଲି କହିଥିଲେ।

ପରବର୍ତ୍ତୀ ମାସଗୁଡ଼ିକରେ ପଟେଲ୍‌ ଛଅ ଜଣ ଭାରତୀୟଙ୍କୁ ଥାଇଲାଣ୍ଡ୍‌କୁ ଆଣିଥିଲେ। ସେମାନଙ୍କୁ ନିଉୟାର୍କ ଲିବର୍ଟି ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟର୍ ଦେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଣାଯାଇ ଥାଆନ୍ତା। ଡିସେମ୍ବର ୭ ତାରିଖ ୨୦୧୮ ମସିହାରେ ସେ ନିଉୟାର୍କ ଲିବର୍ଟି ଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର