ପାକିସ୍ତାନରେ ହିନ୍ଦୁ ମେଡିକାଲ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଇସଲାମାବାଦ୍‌: ପାକିସ୍ତାନର ଲରକନା ସହରରେ ଜଣେ ହିନ୍ଦୁ ମେଡିକାଲ ଛାତ୍ରୀଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ଏହାକୁ ଏକ ଘୃଣା ଅପରାଧ ବୋଲି ମଧ୍ୟ କୁହାଯାଉଛି। ଲରକନାର ବିବି ଆସିଫା ଡେଣ୍ଟାଲ୍‌ କଲେଜ୍‌ର ଶେଷ ବର୍ଷର ଛାତ୍ରୀ ନମ୍ରିତା ଚନ୍ଦାନୀଙ୍କ ମୃତଦେହ ତାଙ୍କ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର କରାଯାଇଛି।

ତାଙ୍କ ବେକରେ ଏକ ଦଉଡ଼ି ଲାଗିଥିବା ଅବସ୍ଥାରେ ଖଟିଆ ଉପରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ସ୍ଥାନୀୟ ପୁଲିସ କହିଛି ଯେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଚନ୍ଦାନୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କଚୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଚନ୍ଦାନୀଙ୍କ ବେକରେ କେବୁଲ୍‌ ତାର ଦାଗ ରହିଛି। ଶରୀରର ଅନ୍ୟ ଅଂଶରେ ମଧ୍ୟ କ୍ଷତ ଚିହ୍ନ ରହିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୁଲିସ ଏବେ ଉକ୍ତ ଘଟଣାରେ ତଦନ୍ତ ଜାରି ରଖିଛି। ଲରକନା ଡିଆଇଜି ଇରଫାନ୍‌ ଅଲି ବାଲୋଚ ଉକ୍ତ ଘଟଣାରେ ଏସ୍‌ଏସ୍‌ପି ମାସୁଦ ଅହମଦ ବଙ୍ଗସଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର