ଇରାକ୍‌ରେ ଭାରତୀୟଙ୍କୁ ହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ଆନ୍ଦୋଳନ ଆଜି

ନୂଆଦିଲ୍ଲୀ: ଇରାକ୍‌ର ମୋସୁଲ ସହରରେ ଆଇଏସ୍‌ ହତ୍ୟା କରିଥିବା ୩୯ଜଣ ଭାରତୀୟଙ୍କ ପରିବାରବର୍ଗ କ୍ଷତିପୂରଣ ଦାବିରେ ଜନ୍ତରମନ୍ତରରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସେମାନେ ଶନିବାର ସକାଳ ଯାଏ ମହଲତ ଦେଇଛନ୍ତି। ଏହା ପୂର୍ବରୁ ମୃତକଙ୍କ ପରିବାରବର୍ଗ ଇରାକ୍‌ରେ ମିଳିଥିବା ମୃତଦେହର ଡିଏନ୍‌ଏ ରିପୋର୍ଟ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ ଏହି ନିଖୋଜ ଭାରତୀୟଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିବା ପରେ ୨୦୧୪ ମସିହାରୁ ସେମାନଙ୍କୁ ମିଛ ଆଶ୍ୱାସନା ଦିଆଯାଇ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର