୭ ବର୍ଷ ତଳେ ଭୁଲବଶତଃ ପାକ୍‌ ସୀମା ଭିତରକୁ ଚାଲି ଯାଇଥିଲେ ଯୁବକ, ଏବେ ମୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ : ୭ବର୍ଷ ତଳେ ଭୁଲବଶତଃ ପାକ୍‌ ସୀମା ଭିତରକୁ ଚାଲି ଯାଇଥିବା ଜଣେ ଭାରତୀୟ ଯୁବକ ଏବେ ସ୍ବଦେଶ ଫେରିଛନ୍ତି । ୭ବର୍ଷ ପରେ ପାକିସ୍ତାନ ଭାରତୀୟ ଯୁବକଙ୍କୁ ମୁକ୍ତ କରି ବିଏସ୍‌ଏଫ୍‌ ଯବାନଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ସୋମବାର ଏହି ଖବରକୁ ସ୍ପଷ୍ଟ କରି ୨୦୧୨ ମସିହାଠାରୁ ଘୁଲମା କାଦିର ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିଲେ ବୋଲି କହିଛନ୍ତି ବିଏସ୍‌ଏଫ୍‌ ଅଧିକାରୀ ।

Wikipedia

ସୂଚନା ମୁତାବକ, ସୀମା ପାର୍‌ କରିବା ପରେ କାଦିରଙ୍କୁ ଗିରଫ କରାଯାଇ ଆଞ୍ଚଳିକ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ ବେଆଇନ୍‌ ଭାବେ ପାକିସ୍ତାନରେ ପ୍ରବେଶ କରିଥିବାରୁ କାଦିର୍‌ଙ୍କୁ ୭ବର୍ଷର ଜେଲ୍‌ ଦଣ୍ଡ ଶୁଣା ଯାଇଥିଲା । ଏବେ କାଦିର୍‌ ନିଜର ୭ବର୍ଷର ଦଣ୍ଡ ପୂରା କରି ଭାରତ ଫେରିଛନ୍ତି । ଓ୍ଵାଘା ସୀମାରେ କାଦିର୍‌ଙ୍କୁ ବିଏସ୍‌ଏଫ୍‌ ଯବାନଙ୍କୁ ହସ୍ତାନ୍ତର କରିଛି ପାକିସ୍ତାନ ।

ସମ୍ବନ୍ଧିତ ଖବର