ଆମେରିକାରେ ବଢୁଛି ଭାରତୀୟଙ୍କ ସଂଖ୍ୟା, ଅନୈତିକ ଭାବେ ରହୁଛନ୍ତି ୬ ଲକ୍ଷ ଭାରତୀୟ

ୱାଶିଂଟନ:ଆମେରିକାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୨୦୨୦ରୁ ୨୦୧୭ ମସିହା ମଧ୍ୟରେ ୩୮ ପ୍ରତିଶତ ବୃଦ୍ଧି ଘଟିଛି | ସାଉଥ ଏସିଆନ ଆମେରିକାନ ନାମକ ସଂଗଠନ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି | ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ଆମେରିକାରେ ୪୪ ଲକ୍ଷ ଭାରତୀୟ ବାସ କରୁଛନ୍ତି | ୨୦୧୦ ମସିହାରେ ୩୧ ଲକ୍ଷ ଭାରତୀୟ ଥିଲେ | ଯାହାକି ୩୮ ପ୍ରତିଶତ କମ ଥିଲା |

PHOTO-FINANCIALTIMES

ସେହିପରି ଅନୈତିକ ଭାବେ ଭାରତୀୟଙ୍କ ସଂଖ୍ୟା ୨୦୧୦ ମସିହାରୁ ୭୨ ପ୍ରତିଶତ ବଢି ୬ ଲକ୍ଷ ୩୦ ହଜାରରେ ପହଁଚିଯାଇଛି | ଭିସା ଅବଧି ସରିଯାଇଥିଲେ ବି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଏହି ସଂଗଠନ କହିଛି | ୨୦୧୬ ମସିହାରେ ୨ ଲକ୍ଷ ୫୦ ହଜାର ଭାରତୀୟ ଭିସା ସରିଯିବା ପରେ ବି ରହୁଥିଲେ | ବିଶେଷ କରି ଦକ୍ଷିଣ ଏସିଆରୁ ଅଧିକ ସଂଖ୍ୟାରେ ଲୋକ ଆମେରିକା ଆସୁଛନ୍ତି | ୨୦୧୦ରୁ ଏହି ସଂଖ୍ୟା ୩୫ ଲକ୍ଷ ବଢି ୨୦୧୭ ରେ ୫୪ ଲକ୍ଷରେ ପହଂଚିଛି |

ଏହି ରିପୋର୍ଟ ଅନୁସାରେ ୨୦୧୦ ମସିହାରୁ ନେପାଳ ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୬ ପ୍ରତିଶତ ବଢିଛି | ସେହିପରି ଭାରତୀୟଙ୍କ ସଂଖ୍ୟା ୩୮ ପ୍ରତିଶତ, ଭୁଟାନର ଲୋକଙ୍କ ସଂଖ୍ୟା ୩୮ ପ୍ରତିଶତ, ପାକିସ୍ଥାନର ଲୋକଙ୍କ ସଂଖ୍ୟା ୩୩ ପ୍ରତିଶତ, ବଙ୍ଗଳାଦେଶର ଲୋକଙ୍କ ସଂଖ୍ୟା ୨୬ ପ୍ରତିଶତ ଓ ଶ୍ରୀଲଙ୍କାର ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ବଢିଛି | ବଡ କଥା ହେଉଛି ଯେ ୟୁଏସ ଇମିଗ୍ରେସନ ଓ କଷ୍ଟମ ଏନ୍ଫୋର୍ସମେଣ୍ଟ ୨୦୧୭ ମସିହାରେ ୩୦୧୩ ଦକ୍ଷିଣ ଏସିଆର ଲୋକଙ୍କୁ ଗିରଫ କରିଛି |

ସମ୍ବନ୍ଧିତ ଖବର