ଭାରତୀୟ ପ୍ରିଣ୍ଟିଂ ପ୍ରେସର ହେବ ଆଧୁନିକୀକରଣ, ୧୭ୟୁନିଟସ୍‌ ହ୍ରାସ ପାଇ ହେବ ୫

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରିଣ୍ଟିଂ ପ୍ରେସ ଓ ୟୁନିଟସ୍‌ର ସଂଖ୍ୟା ହ୍ରାସ କରିବା ପାଇଁ ଯୋଜନା କରୁଛନ୍ତି। କ୍ୟାବିନେଟ ମିଟିଙ୍ଗ ପରେ ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭାରତ ସରକାରଙ୍କ ୧୭ଟି ପ୍ରେସ ଓ ୟୁନିଟସ୍‌କୁ ୫ଟି ଆଧୁନିକ ପ୍ରିଣ୍ଟିଙ୍ଗ୍‌ ପ୍ରେସର ରୁପ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ତିନିଟି ୟୁନିଟସ, ହରିୟାଣାରେ ଦୁଇ, କେରଳ ଓ ଗୁଜୁରାଟ ସହିତ ଅନ୍ୟ ରାଜ୍ୟରେ କିଛି ୟୁନିଟସ୍‌ ରହିଛି।
କେନ୍ଦ୍ର ସରକାରଙ୍କ ଏହି ପ୍ରିଣ୍ଟିଙ୍ଗ ପ୍ରେସ କେନ୍ଦ୍ରୀୟ ବଜେଟ, ସଂସଦର ଦୁଇ ଗୃହର ଅଧିବେଶନ ପେପର ଓ ବାଣିଜ୍ୟ ମନ୍ତ୍ରାଳୟଙ୍କ ତରଫରୁ ଜାରି ହୋଇଥିବା ଦସ୍ତାବିଜ ପ୍ରିଣ୍ଟ କରିବାର କାମ କରିଥାଏ। ଏତଦ୍‌ ବ୍ୟତୀତ ଭାରତର ରାଜପତ୍ର, ସରକାରଙ୍କ ସମସ୍ତ ଗୁପ୍ତ ଦସ୍ତାବଜି ମଧ୍ୟ ପ୍ରିଣ୍ଟିଂ ଏହି ପ୍ରେସରେ ହେଉଥିଲା।
ସମ୍ବନ୍ଧିତ ଖବର