ଘରୋଇକରଣ ଅଭିମୁଖେ ଭାରତୀୟ ରେଳବାଇ; ପ୍ରଥମ ପର୍ଯ୍ୟାୟରେ ୧୫୦ ଟ୍ରେନ୍‌ ଓ ୫୦ ରେଳ ଷ୍ଟେସନର ହେବ ଘରୋଇକରଣ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଧୀନରେ ଚଳାଚଳ କରୁଥିବା ୧୫୦ଟି ଟ୍ରେନ୍‌ ଓ ୫୦ଟି ରେଳ ଷ୍ଟେସନର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ଚିନ୍ତା କରୁଥିବା ଜାଣିବାକୁ ମିଳିଛି। ଏହି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିବା ସହ ଏସଂପର୍କରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏକ ‘ବ୍ଲୁପ୍ରିଣ୍ଟ’ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି।

NewsNational

ଏଥିସହ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ରେଲେଓ୍ଵ ବୋର୍ଡ ଅଧ୍ୟକ୍ଷ ଭି କେ ଯାଦବଙ୍କ ନିକଟକୁ ଏକ ପତ୍ର ଲେଖି ଏହି ଯୋଜନାର କାର୍ଯ୍ୟାନ୍ଵୟନ ନିମନ୍ତେ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରିବାକୁ କହିଛନ୍ତି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତ ଯେ ଦେଶର ୪୦୦ ରେଳ ଷ୍ଟେସନର ଆଧୁନିକିକରଣ କରି ସେଗୁଡ଼ିକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଥିବାବେଳେ ଏହି ଯୋଜନା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ, ପ୍ରଥମ ପର୍ଯ୍ୟାୟରେ ୫୦ଟି ରେଳ ଷ୍ଟେସନର ଘରୋଇକରଣ କରାଯାଇ ଘରୋଇ ଅପରେଟରମାନଙ୍କ ଦ୍ୱାରା ସେଗୁଡ଼ିକର ଆଧୁନିକିକରଣ ପାଇଁ ଯୋଜନା ରହିଛି।

NDTV

ସେହିପରି ବର୍ତ୍ତମାନ ଆର୍ଥିକ କ୍ଷତିରେ ଚାଲୁଥିବା ରେଳବାଇର ୧୫୦ଟି ଟ୍ରେନ୍‌ର ଘରୋଇକରଣ କରି ସେଗୁଡ଼ିକୁ ଘରୋଇ ଅପରେଟରମାନଙ୍କ ଦ୍ୱାରା ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୪ ତାରିଖ ଠାରୁ ଲକ୍ଷ୍ନୌ- ଦିଲ୍ଲୀ ରୁଟ୍‌ରେ ଚଳାଚଳ ଆରମ୍ଭ କରିଥିବା ତେଜସ୍‌ ଏକ୍ସପ୍ରେସ୍‌ର ଘରୋଇକରଣ କରାଯାଇ ଏହାକୁ ରେଳବାଇର ଅନ୍ୟତମ ସହଯୋଗୀ ସଂସ୍ଥା ଆଇଆରସିଟିସି ଦ୍ୱାରା ଏହାର ଚଳାଚଳ କରାଯାଉଛି।

ସମ୍ବନ୍ଧିତ ଖବର