ଓଡ଼ିଶା ଯାତାୟାତ କରୁଥିବା ୨ଟି ଟ୍ରେନ୍‌ ସମେତ ୧୮ ଟ୍ରେନ୍‌ର ଟର୍ମିନାଲ୍‌ ବଦଳିଲା

ନୂଆଦିଲ୍ଲୀ: ଦିଲ୍ଲୀ ସରାଇ ରୋହିଲ୍ଲା, ହଜ୍‌ରତ୍‌ ନିଜାମୁଦ୍ଦିନ୍‌, ନୂଆଦିଲ୍ଲୀ, ଦିଲ୍ଲୀ ଏବଂ ଆନନ୍ଦ ବିହାର ଟର୍ମିନାଲ୍‌ରୁ ଚଳାଚଳ କରୁଥିବା ୧୮ଟି ଟ୍ରେନ୍‌ର (ଅପ୍‌-ଡାଉନ୍‌) ଟର୍ମିନାଲ୍‌ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ।

୧୮ଟି ଟ୍ରେନ୍‌ରୁ (୯ଟି ଅପ୍‌/ଡାଉନ୍‌) ତିନୋଟି ଟ୍ରେନ୍‌ର ଟର୍ମିନାଲ୍‌ ଥିଲା ଦିଲ୍ଲୀ ସରାଇ ରୋହିଲ୍ଲା, ଅନ୍ୟ ଚାରିଟିର ଟର୍ମିନାଲ୍‌ ନୂଆଦିଲ୍ଲୀ ଥିଲାବେଳେ ବାକି ଦୁଇଟି ଟ୍ରେନ୍‌ର ଟର୍ମିନାଲ୍‌ ଥିଲା ଦିଲ୍ଲୀ ଜଙ୍କ୍‌ସନ୍‌ ଏବଂ ହଜ୍‌ରତ୍‌ ନିଜାମୁଦ୍ଦିନ।

ଜବଲ୍‌ପୁର-ନୂଆଦିଲ୍ଲୀ ସୁପରଫାଷ୍ଟ୍‍ର (୧୨୧୯୨/୧୨୧୯୧) ଟର୍ମିନାଲ୍‌ ବଦଳାଯାଇ ହଜରତ୍‌ ନିଜାମୁଦ୍ଦିନ କରାଯାଇଛି।

ଆଜ୍‌ମେର୍‌-ହଜ୍‌ରତ୍‌ ନିଜାମୁଦ୍ଦିନ ଶତାବ୍ଦୀ ଏକ୍ସ୍‍ପ୍ରେସ୍‌ (୧୨୦୬୫/୬୬) ଏବେ ଦିଲ୍ଲୀ ସରାଇ ରୋହିଲ୍ଲାରୁ ଚଳାଚଳ କରିବ।

ଚେନ୍ନାଇ-ଦିଲ୍ଲୀ ସରାଇ ରୋହିଲ୍ଲା ଗ୍ରାଣ୍ଡ୍‌ ଟ୍ରଙ୍କ୍‌ ଏକ୍ସପ୍ରେସ୍‌ (୧୨୬୧୫/୧୬) ଏବଂ ଇନ୍ଦୋର-ଦିଲ୍ଲୀ ସରାଇ ରୋହିଲ୍ଲା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ (୧୨୪୧୫/୧୬) ପାଇଁ ଏବେ ନୂଆ ଟର୍ମିନାଲ୍‌ ହେଉଛି ନୂଆଦିଲ୍ଲୀ। ପୂର୍ବରୁ ଉଭୟ ଟ୍ରେନ୍‌ ପାଇଁ ଟର୍ମିନାଲ୍‌ ଥିଲା ଦିଲ୍ଲୀ ସରାଇ ରୋହିଲ୍ଲା।

ପଠାନକୋଟ-ଦିଲ୍ଲୀ ଜଙ୍କ୍ସନ୍‌ ଧଉଲାଧର ଏକ୍ସପ୍ରେସ୍‌ (୧୪୦୩୬/୧୪୦୩୫) ପାଇଁ ନୂଆ ଟର୍ମିନାଲ୍‌ ହେବ ଦିଲ୍ଲୀ ସରାଇ ରୋହିଲ୍ଲା। ପୂର୍ବରୁ ଏହାର ଟର୍ମିନାଲ୍‌ ଥିଲା ଦିଲ୍ଲୀ ଜଙ୍କ୍‌ସନ୍‌।

ଡେରାଡୁନ୍‌-ଦିଲ୍ଲୀ ରୋହିଲ୍ଲା ମସୌରି ଏକ୍ସପ୍ରେସ୍‌ (୧୪୦୪୧/୪୩) ପାଇଁ ଟର୍ମିନାଲ୍‌ ହେଲା ଦିଲ୍ଲୀ ଜଙ୍କ୍ସନ୍‌ ଟର୍ମିନାଲ୍‌।

ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍‌ (୧୨୮୧୫/୧୬), ପୁରୀ-ନୂଆଦିଲ୍ଲୀ ନୀଳଚଳ ଏକ୍ସପ୍ରେସ୍‌ (୧୨୮୭୫/୭୬), ରାଞ୍ଚି-ନୂଆଦିଲ୍ଲୀ ଝାଡ଼ଖଣ୍ଡ ଏସ୍‌. କେ. ଏକ୍ସପ୍ରେସ୍‌ର (୧୨୮/୨୬) ଦିଲ୍ଲୀରୁ ଉଠାଯାଇ ଆନନ୍ଦ ବିହାର ଟର୍ମିନାଲ୍‌ କରାଯାଇଛି।

ମେ ୨୧ ତାରିଖରୁ ଏହି ପରିବର୍ତ୍ତନ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର