ଘର ଶତ୍ରୁ ବିଭୀଷଣ: ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ପାଇଁ ଆଇଏସ୍‌ ଆତଙ୍କବାଦୀଙ୍କୁ ସାହାଯ୍ୟ ଯୋଗାଉଥିଲା ଭାରତୀୟ ବିସ୍ଫୋରକ କମ୍ପାନି

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଘଟାଯିବାକୁ ଥିବା ଏକ ବଡ଼ଧରଣର ଆତଙ୍କବାଦୀ ହାମ୍‌ଲାକୁ ଦେଶର ସୁରକ୍ଷା ବାହିନୀ ସମୟୋଚିତ ପଦକ୍ଷେପ ନେଇ ଭଣ୍ଡୁର କରି ଦେଇଛି। ତେବେ, ଆଇଏସ୍‌ର ଏହି ଯୋଜନା ପଛରେ ଏକ ଭାରତୀୟ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରୁଥିବା ଏକ କାରଖାନାର ହାତ ରହିଥିବା ସଂପର୍କରେ ନିର୍ଦ୍ଧିଷ୍ଟ ତଥ୍ୟ ପ୍ରମାଣ ମିଳିବା ପରେ ସୁରକ୍ଷା ବାହିନୀ ଆଖିରୁ ଏବେ ନିଦ ହଜି ଯାଇଛି। ବିନା ‘ଟ୍ରିଗିର’ (ଘୋଡ଼ା)ରେ ବିସ୍ଫୋରଣ ହୋଇପାରୁଥିବା ବିସ୍ପୋରକ ପ୍ରସ୍ତୁତ ଏକ କମ୍ପାନି ଏହି ଆଇଏସ୍‌ ଆତଙ୍କବାଦୀଙ୍କ ସହ ବନ୍ଧୁତା ସ୍ଥାପନ କର ବିସ୍ଫୋରକ ସାମଗ୍ରୀ ହାତେଇବା ସହ ନୂଆଦିଲ୍ଲୀରେ ଏହି ଆତଙ୍କବାଦ ଘଟାଇବା ପାଇଁ ଆଇଏସ୍‌ ଆତଙ୍କବାଦୀମାନଙ୍କୁ ଭାରତରେ ରହଣି ପାଇଁ ନୂଆଦିଲ୍ଲୀର ଲଜ୍‌ପତ୍‌ନଗରରେ ମଧ୍ୟ ନିରାପଦ ବନ୍ଦୋବସ୍ତ କରିଥିବା ଏବେ ଅନୁସନ୍ଧାନରୁ ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ସଂପୃକ୍ତ ଭାରତରେ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନି ସହ ଆଇଏସ୍‌ ବନ୍ଧୁତା ସ୍ଥାପନ କଲାପରେ ଜଣେ ଯୁବ ଆଇଏସ୍‌ ଆତଙ୍କବାଦୀ ନିଜକୁ ଜଣେ ଇଞ୍ଜିନିୟରିଂ ଛାତ୍ର ଭାବେ ପରିଚୟ ଦେବା ସହ ଲଜ୍‌ପତନଗରରେ ଏକ ଘର ଭଡ଼ା ନେଇ ରହୁଥିଲା। ଏବଂ ସଂପୃକ୍ତ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କମ୍ପାନି ତାକୁ ଆବଶ୍ୟକୀୟ ବିସ୍ଫୋରକ ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥିଲା। ତେବେ, ସଂପୃକ୍ତ ଆଇଏସ୍‌ ଆତଙ୍କବାଦୀ ତା’ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ସୁରକ୍ଷା ବାହିନୀ ତାକୁ କାବୁ କରି ନେଇଛି।

ସମ୍ବନ୍ଧିତ ଖବର