ଶୋଇଥିବା ଅବସ୍ଥାରେ ବିମାନ ଭିତରେ ମହିଳାଙ୍କୁ ଅସଦାଚରଣ କରି ଭାରତୀୟ ଗିରଫ

ନୂଆଦିଲ୍ଲୀ : ବିମାନ ମଧ୍ୟରେ ଅସଦାଚରଣ ଶିକାର ହେବା ଘଟଣା ନୂଆ ନୁହେଁ । ଆଗରୁ କିଛି କଳାକାର ଏବଂ ସାଧାରଣ ଲୋକ ବିମାନରେ ଯାତ୍ରା କରିବା ସମୟରେ ଅସଦାଚରଣ ଶିକାର ହୋଇଥିବା ଖବର ଆସି ସାରିଛି । କିନ୍ତୁ ପୂର୍ବରୁ ଦୋଷୀକୁ ଏତେ କଠୋର ଦଣ୍ଡ ମିଳି ନଥିଲା ଯାହା ବିଦେଶରେ ଜଣେ ଭାରତୀୟ ବଂଶେଦ୍ଭବଙ୍କୁ ମିଳିବାକୁ ଯାଉଛି । ଜଣେ ଆଇଟ କମ୍ପାନିର ମ୍ୟାନେଜର ନିଜ ସ୍ତ୍ରୀଙ୍କ ସହ ବିମାନରେ ଯାତ୍ରା କରୁଥିବା ବେଳେ ପାଖରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଏହି ଅଭିଯୋଗ ଆଣିବା ପରେ ଆମେରିକାର ଏକ ଅଦାଲତ ଅଭିଯୁକ୍ତଙ୍କୁ ଡ଼ିସେମ୍ବର ୧୨ରେ ଆଜୀବନ କାରାଦଣ୍ଡ ଶୁଣାଇବେ ବୋଲି ଜଣାପଡ଼ିଛି । ଏହା ସହ ଯଦି ଅଭିଯୁକ୍ତଙ୍କୁ ଖଲାସ କରାଯିବ ତେବେ ତାଙ୍କୁ ଭାରତ ପଠାଇ ଦିଆଯିବ ବୋଲି ନିଷ୍ପତ୍ତିି ନିଆଯାଇଛି ।

Washington Post

ସୂଚନା ମୁତାବକ, ଆଇଟି ମ୍ୟାନଜର ପ୍ରଭୁ ରାମମୂର୍ତ୍ତି ନିଜ ପତ୍ନୀଙ୍କ ସହ ଲାସ୍‌ ଭେଗସ୍‌ରୁ ଯାତ୍ରା ଆରମ୍ଭ କରିଥିଲେ । ବିମାନରେ ତାଙ୍କ ସ୍ତ୍ରୀ ଗୋଟେ ପାଖରେ ବସିଥିବା ବେଳେ ଅନ୍ୟ ପାଖରେ ବସିଥିଲେ ୨୨ବର୍ଷିୟ ପୀଡ଼ିତା । ରାତିରେ ସମସ୍ତେ ଶୋଇଯିବା ପରେ ହଠାତ୍‌ ପୀଡ଼ିତାଙ୍କ ଆଖି ଖୋଲି ଯାଇଥିଲା । ନିଦ ଭାଙ୍ଗିବା ପରେ ପୀଡ଼ିତାଙ୍କ ପ୍ୟାଣ୍ଟର ଚେନ୍‌ ଖୋଲାଥିବା ସହ ଅଭିଯୁକ୍ତ ତାଙ୍କ ସାର୍ଟର ବଟନ୍‌ ଖୋଲି ଭିତରେ ହାତ ଭର୍ତ୍ତି କରିଥିବା ଦେଖିଲେ ପୀଡ଼ିତା । ଏହା ଦେଖି ପୀଡ଼ିତା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଡ଼ାକିବା ସହ ଏ ନେଇ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇଁ ରାମମୂର୍ତ୍ତିଙ୍କୁ ପଚରାଉଚରା କରିବା ପରେ ପ୍ରଥମେ ସେ ମାନି ନ ଥିଲେ । କିନ୍ତୁ ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର