ମୋଦି- ଜି ଜିନ୍‌ପିଙ୍ଗ ଆଲୋଚନାର ପ୍ରଭାବ: ସୀମାରେ ପ୍ରତିକ୍ରିୟାଶୀଳ ନ ହେବାକୁ ସେନାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ମୂତୟନ ସୈନିକମାନଙ୍କୁ ପ୍ରତିକ୍ରିୟାଶୀଳ ନ ହେବା ପାଇଁ କୁହାଯାଇଛି। ଭାରତ ଚୀନ ସୀମା ( ଆକ୍‌ଚୁଆଲ ଲାଇନ୍ସ ଅଫ କଣ୍ଟ୍ରୋଲ ବା ଏଲଏସି)ର ୩ ହଜାର ୪୮୮ କିଲୋମିଟର ବ୍ୟାପୀ ସୀମାରେ ସୁରକ୍ଷା ଦେଉଥିବା ଯବାନମାନେ ସଞ୍ଜମ ଅବଲମ୍ବନ କରିବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଚୀନ୍‌ ଗସ୍ତରେ ଯାଇ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ସହିତ ଅନୌପଚାରିକ ଆଲୋଚନା କରିଛନ୍ତି। ଉଭୟ ଭାରାତ ଚୀନ ନୂତନ ସମ୍ପର୍କ ସ୍ଥାପନ ପାଇଁ ନିଷ୍ପତି ନେବା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ସେନାକୁ ଦିଆଯାଇଥିିବା କୁହାଯାଇଛି।


ଇତିମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ସେନାକୁ ସଞ୍ଜମ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି। ଏଥିରେ ଭାରତ ଚୀନ ଏଲଏସିରେ ମୂତୟନ ସେନାର ସମସ୍ତ ବିଭାଗ ସୀମା ସୁରକ୍ଷା ସମୟରେ ପ୍ରଚଳିତ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଭାରତ- ଚୀନ ମଧ୍ୟରେ ସବୁଠାରୁ ବଡ଼ ସୀମା ବିବାଦ ରହିଛି।୨୦୧୩ ସିହାରେ ଭାରତ- ଚୀନ ବିଡିସିଏ( ବର୍ଡର ଡିଫେନ୍ସ କୋଅପରେସନ୍‌ ଏଗ୍ରିମେଣ୍ଟ) ସ୍ୱାକ୍ଷର କରିଥିଲେ। ଏଥିରେ ସୀମାକୁ ନେଇ କୌଣସି ବିବାଦ ଉପୁଜିଲେ କିପରି ସମାଧାନ କରାଯିବ ତାହା ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। ତେଣୁ ସୀମାରେ ସୁରକ୍ଷା ପାଇଁ ପାଟ୍ରୋଲିଂ ଚାଲୁ ରଖିବା ସହତ ଏଲଏସିରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର