ପାକିସ୍ତାନ ଯାଇଥିବା ଭାରତୀୟ ମହିଳାଙ୍କୁ ଅପହରଣ କରି ଧର୍ମପରିବର୍ତ୍ତନ କରାଯାଇଥିବା ସଂଦେହ

ନୂଆଦିଲ୍ଲୀ : ଶିଖମାନଙ୍କର ପ୍ରମୁଖ ପର୍ବ ବୈଶାଖୀ ଅବସରରେ ପାକିସ୍ତାନକୁ ତୀର୍ଥଯାତ୍ରା କରିବାକୁ ଯାଇଥିବା ପ୍ରାୟ ୧୭୦୦ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ଏହି ତୀର୍ଥଯାତ୍ରୀମାନଙ୍କୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଭେଟିବାକୁ ଦିଆଯାଉ ନଥିବା କିଛି ଦିନ ତଳେ ଭାରତ ଅଭିଯୋଗ କରିଥିଲା । ଏହାକୁ ନେଇ ନୂଆଦିଲ୍ଲୀେରେ ଥିବା ପାକ୍‌ ଉଚ୍ଚାୟୁକ୍ତଙ୍କୁ ଡକାଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଡକାଇ ଅସନ୍ତୋଷ ପ୍ରକଟ କରାଯାଇଥିଲା । ଏବେ ଆଉ ଏକ ବିବାଦ ଦଖାଦେଇଛି । ତାହା ହେଉଛି ଏହି ତୀର୍ଥଯାତ୍ରୀ ଦଳରେ ଥିବା ଜଣେ ଭାରତୀୟ ମହିଳା କିରଣ ବାଲାଙ୍କୁ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇଥିବା ସଂଦେହ କରାଯାଉଛି । ଏହି ମହିଳା ଶୀରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ଦଳରେ ଯାଇଥିଲେ । କମିଟିର ସଦସ୍ୟମାନେ ଇତି ମଧ୍ୟରେ ଭାରତ ଫେରିଥିଲେ ମଧ୍ୟ ସେ ଫେରି ନାହାନ୍ତି ।

ପାକିସ୍ତାନର କେତେକ ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ମହିଳା ଇସଲାମ ଧର୍ମ ଗ୍ରହଣ କରି ଲାହୋରର ମହମ୍ମଜ ଆଜମ ନାମକ ବ୍ୟକ୍ତିକୁ ବିବାଦ କରିଛି । ଅନ୍ୟପକ୍ଷରେ ପଂଜାବରେ ଥିବା ଉକ୍ତ ମହିଳାଙ୍କ ପିତା ତରସେମ ସିଂ କହିଛନ୍ତି ଯେ ସେ ଆଇଏସଆଇ ଦ୍ୱାରା ଅପହୃତ ହୋଇଛନ୍ତି ଓ ତାଙ୍କୁ ଜବରଦସ୍ତି ଇସଲାମ ଧର୍ମରେ ଦିକ୍ଷିତ କରାଯାଇଛି । ଧର୍ମ ପରିବର୍ତ୍ତନ ପରେ ତାଙ୍କ ନାଁ ଆମନା ବିବି ରଖାଯାଇଛି । ଉକ୍ତ ମହିଳାଙ୍କ ଭିସା ମିଆଦ ଏପ୍ରିଲ ୨୧ ତାରିଖ ଥିବା ବେଳେ ସେ ତାହାକୁ ବଢାଇବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର