ଧର୍ମ ପରିବର୍ତ୍ତନ କରି ପାକିସ୍ତାନୀ ପୁରୁଷଙ୍କୁ ବିବାହ କରିଥିବା ଭାରତୀୟ ମହିଳାଙ୍କ ଭିସା ଅବଧି ବଢ଼ାଇଲା ଲାହୋର ହାଇକୋର୍ଟ

ନୂଆଦିଲ୍ଲୀ : ପାକିସ୍ତାନୀ ଇମିଗ୍ରେସନ୍‌ ଅଧିକାରୀ ଭାରତୀୟ ମହିଳା କିରଣବାଲାଙ୍କ ଭିସାର ଅବଧିକୁ ୬ ମାସ ପାଇଁ ବଢ଼ାଇଛନ୍ତି । ଲାହୋର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହା ସମ୍ଭବ ହୋଇଛି। କିରଣ ଲାହୋରକୁ ତୀର୍ଥଯାତ୍ରା ପାଇଁ ଯାଇଥିବା ସମୟରେ ସେଠାରେ ମୁସଲିମ ଧର୍ମ ଗ୍ରହଣ କରିବା ସହ ମହମ୍ମହ ଆଜମ ନାମକ ଜଣେ ପାକିସ୍ତାନୀଙ୍କୁ ବିବାହ କରିଛନ୍ତି । କିରଣ ବିବାହ ପରେ ଲାହୋରରେ ରହିବା ପାଇଁ ଏବଂ ଭାରତକୁ ନ ଫେରିବା ପାଇଁ ସୋସିଆଲ ମିଡ଼ିଆ ଜରିଆରେ କହିଥିବା ବେଳେ ବର୍ତ୍ତମାନ ତାଙ୍କର ଭିସାର ଅବଧିକୁ ୬ମାସ ବଢ଼ାଯାଇଛି।

Darpan Magazine

ସୂଚନା ମୁତାବକ, ଭାରତୀୟ ମହିଳା କିରଣବାଲା ପାକିସ୍ତାନର ଲାହୋରକୁ ତୀର୍ଥଯାତ୍ରା ନିମନ୍ତେ ଯାଇଥିଲେ। ସେଠାରେ ସେ ନିଜର ଧର୍ମ ପରିବର୍ତ୍ତନ କରିବା ସହ ମହମ୍ମଦ ଅଜମଙ୍କୁ ବିବାହ କରିଥିଲେ । କିରଣଙ୍କ ଧର୍ମ ପରିବର୍ତ୍ତନ ପରେ ତାଙ୍କର ବର୍ତ୍ତମାନ ନାମ ଅମିନା ବିବି ରହିଛି। କିରଣ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ଜରିଆରେ ବନ୍ଧୁତା ସ୍ଥାପନ ହୋଇଥିଲା । କିନ୍ତୁ କିରଣ ସେଠାରେ ବିବାହ କରିଥିବା ବେଳେ ଭାରତକୁ ଫେରିବା ପାଇଁ ସଂପୂର୍ଣ୍ଣ ମନା କରିଛନ୍ତି । ପାକିସ୍ତାନରେ ରହିବା ଲାଗି ଭିସା ଦରକାର ହୋଇଥିବାରୁ ତାଙ୍କ ଭିସାକୁ ତନଖି କରାଯିବା ସହ ଲାହୋର ଉଚ୍ଚନ୍ୟାୟାଳୟ ବର୍ତ୍ତମାନ ଏହାର ଅବଧିକୁ ୬ ମାସ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହି ଘଟଣା ବିଷୟରେ କିରଣଙ୍କ ସ୍ୱାମୀ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର