ଦେଶର ପ୍ରଥମ ଗୋମନ୍ତ୍ରୀଙ୍କ ପରାଜୟ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ରାଜ୍ୟର ମନ୍ତ୍ରୀ ଓତାରାମ୍‌ ଦେୱସୀ ୧୦ହଜାର ଭୋଟ୍‌ରେ ପରାଜିତ ହୋଇଛନ୍ତି। ଜଣେ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ସେ ହାରିଛନ୍ତି। ରାଜ୍ୟରେ ଗାଈଗୋରୁଙ୍କ ସୁରକ୍ଷା ପାଇଁ ବସୁନ୍ଧରା ରାଜେ ସରକାର ପ୍ରଥମ ଥର ପାଇଁ ଗୋମନ୍ତ୍ରାଳୟ ଆରମ୍ଭ କରିଥିଲେ। ଓତାରାମ୍‌ ଏହି ମନ୍ତ୍ରାଳୟ ସମ୍ଭାଳିଥିବାରୁ ତାଙ୍କୁ ଦେଶର ପ୍ରଥମ ଗୋମନ୍ତ୍ରୀ ବୋଲି କୁହାଯାଉଥିଲା।

ସମ୍ବନ୍ଧିତ ଖବର