ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୫୩୬୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୫,୧୪୮ ଥ#ବାବେଳେ ମୃତ୍ୟୁସଂଖ୍ୟା ୧୧୫୨ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦୬୪ ଜଣ କରୋନା ରୋଗୀ ସୁସ୍ଥ ହେଲେଣି । ଏହା ଫଳରେ ଦେଶର କରୋନା ଜନିତ ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୨୫ ପ୍ରତିଶତ ଟପିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରେ ମୋଟ ସଂକ୍ରମଣ ସଂଖ୍ୟା ୧୦ ହଜାର ଟପିଯାଇଛି । ୧୦ ହଜାର ମାତ୍ରା ଟପିବାରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ହୋଇଛି ।
୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି । ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୩୫୬୮ ଓ ୨୩୬୨ ଓ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୧୪ ଓ ୫୯ ରହିଛି ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୨୭ ହଜାରରେ ପହଞ୍ଚିଛି । ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୪ ହଜାର ଥିବାବେଳେ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୬୩ ହଜାର ରହିଛି ।