ଦେଶର ପ୍ରଥମ ସିନେମା ମ୍ୟୁଜିୟମ୍‌ ଲୋକାର୍ପିତ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଦେଶର ପ୍ରଥମ ସିନେମା ମ୍ୟୁଜିୟମ୍‌ ଉଦ୍‌ଘାଟନ କରିଛନ୍ତି। ଏନଏମ୍‌ଆଇସି (ନ୍ୟାସନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ଇଣ୍ଡିଆନ୍‌ ସିନେମା‌) ଉଦ୍‌ଘାଟନ ଅବସରରେ ବଲିଉଡର ବିଶିଷ୍ଟ କଳାକାର ଏବଂ ନିର୍ମାତା ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ। ଏହି ସିନେମା ମ୍ୟୁଜିୟମରେ ୪ଟି ହଲ୍‌ ରହିଛି। ସେଗୁଡ଼ିକ ହେଲା- ଗାନ୍ଧୀ ଆଣ୍ଡ୍‌ ସିନେମା, ଚିଲ୍‌ରେନ୍‌ସ ଫିଲ୍ମ୍‌ ଷ୍ଟୁଡିଓ, ଟେକ୍‌ନୋଲୋଜି, କ୍ରିଏଟିଭିଟି ଆଣ୍ଡ୍‌ ଇଣ୍ଡିଆନ୍‌ ସିନେମା ଏବଂ ସିନୋମା ଏକ୍ରସ୍‌ ଇଣ୍ଡିଆ। ଏହି ମ୍ୟୁଜିୟମକୁ ଆଗାମୀ ଦିନରେ ବିଶ୍ବସ୍ତରୀୟ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର