ଅନ୍ୟ ଧର୍ମଗ୍ରହଣ କରିଥିବା ଲୋକମାନେ ପୁଣି ହିନ୍ଦୁ ଧର୍ମକୁ ଫେରନ୍ତୁ, ଦେଶର ପ୍ରଥମ ଦଳିତ ମହାମଣ୍ଡଳେଶ୍ୱରଙ୍କ ଆହ୍ଵାନ

ପ୍ରୟାଗରାଜ : ବୈଦେଶିକ ଆକ୍ରମଣ, ସାମାଜିକ ବିଭେଦ ଆଦି ଫଳରେ ଖ୍ରୀଷ୍ଟିଆନ, ମୁସଲିମ ବା ଅନ୍ୟ ଧର୍ମ ଗ୍ରହଣ କରିଥିବା ଲୋକମାନେ ପୁଣି ସନାତନ ଧର୍ମକୁ ଫେରିବାକୁ ଆହ୍ଵାନ ଜଣାଇଛନ୍ତି ମହାମଣ୍ଡଳେଶ୍ୱର ଉପାଧି ପାଇଥିବା ପ୍ରଥମ ଦଳିତ ସନ୍ଥ କହ୍ନୈୟା ପ୍ରଭୁନନ୍ଦ ଗିରି । କୁମ୍ଭ ମେଳା ଅବସରରେ ପ୍ରଥମ ବୁଡ଼ ପକାଇବା ପରେ ସେ କହିଛନ୍ତି ଯେ ଜଣେ ଦଳିତ ହୋଇଥିବାରୁ ସେମଧ୍ୟ ଦିନ ହିନ୍ଦୁ ଧର୍ମ ଛାଡିବାକୁ ଚିନ୍ତା କରିଥିଲେ । କିନ୍ତୁ ସେ ଆଜି ଜୁନା ଆଖଡାର ମହାମଣ୍ଡଳେଶ୍ୱର ଉପାଧି ପାଇପାରିଛନ୍ତି । ୧୦୦୦ ବର୍ଷ ପୂର୍ବରୁ ସନ୍ଥ ରବିଦାସ ପ୍ରଥମ ବ୍ୟକ୍ତିଭାବେ ମହାମଣ୍ଡଳେଶ୍ୱର ଉପାଧି ପାଇଥିଲେ । ଆଜମଗଡ଼ରେ ଏକ ଅନୁସୂଚୀତ ଜାତି ବର୍ଗରେ ଜନ୍ମନେଇଥିବା କହ୍ନୈୟା ଗତ ବର୍ଷ ମହାମଣ୍ଡଳେଶ୍ୱର ଉପାଧି ପାଇଥିଲେ ।

ସେ କହିଛନ୍ତି ଯେ ୧୯୯୯ ରେ ଚଣ୍ଡିଗଡ଼ଠାରେ ଶିଖ ଗୁରୁମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା । ସେ ମଧ୍ୟ ସେଠାକୁ ଯାଇଥିଲେ ଗୁରୁମାନଙ୍କର ଦର୍ଶନ କରିବାକୁ । କିନ୍ତୁ ଯେତେବେଳେ ସେମାନେ ତାଙ୍କ ଜାତି ଜାଣିଲେ ତାଙ୍କୁ ବାହାରକୁ ବାହାର କରିଦିଆଗଲା । ଏହା ତାଙ୍କୁ ଆଘାତ ଦେଇଥିଲା ଓ ସେ ହିନ୍ଦୁ ଧର୍ମଛାଡିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ନିଜ ଉଦ୍ୟମ ବଳରେ ଜୁନା ଆଖଡ଼ାରେ ଯୋଗ ଦେଇ ସର୍ବୋଚ୍ଚ ଗୁରୁ ସ୍ତରକୁ ଯାଇପାରିଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର