ମୁକ ଓ ବଧୀରମାନଙ୍କ ପାଇଁ ଆସିଲା ଭାରତର ପ୍ରଥମ ସାଂକେତିକ ଭାଷାକୋଷ

ନୂଆଦିଲ୍ଲୀ : ଏବେ ମୁକ ଓ ବଧୀର ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ନୂଆ ସାଂକେତିକ ଭାଷାକୋଷ ବାହାରିଛି । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ଭାରତର ପ୍ରଥମ ସାଂକେତିକ ଶବ୍ଦକୋଷ ବୋଲି କୁହାଯାଉଛି ।

କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥୱରଚନ୍ଦ ଗେହଲଟ ଆଜି ୩ ହଜାର ଶବ୍ଦ ସମ୍ବଳିତ ଏହି ଶଦ୍ଦକୋଷ ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ସାଂକେତିକ ଭାଷା ଅନୁସଂଧାନ ଏବଂ ପ୍ରଶିକ୍ଷଣ କେନ୍ଦ୍ର (ଆଇଏସଏଲଆର ଏଣ୍ଡ ଟିସି) ଦ୍ୱାରା ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ଶବ୍ଦକୋଷ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁଜ୍ଜର ଏବଂ ଶ୍ରୀ ରାମଦାସ ଅଠାୱଲେ ଉପସ୍ଥିତ ଥିଲେ । ଏହି ଶବ୍ଦକୋଷ ପ୍ରସ୍ତୁତ କରିବା ପାଇଁ ବିଗତ ଦେଢ ବର୍ଷ ଧରି ଅବିରତ ପରିଶ୍ରମ କରିଛି ସାଂକେତିକ ଭାଷା ଅନୁସଂଧାନ ଏବଂ ପ୍ରଶିକ୍ଷଣ କେନ୍ଦ୍ର ।

୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୫୦,୭୧,୦୦୭ ଜଣ ବଧିର ଥିବାବେଳେ ୧୯,୯୮,୫୩୫ ଜଣ ମୁକ ବୋଲି ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଏହି ଶବ୍ଦକୋଷ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଆଇନ ସମ୍ବନ୍ଧୀତ, ଚିକିତ୍ସା ସମ୍ବନ୍ଧିତ, ଶିକ୍ଷା ସମ୍ବନ୍ଧୀତ, ବୈଷୟିକ ଏବଂ ପ୍ରତିଦିନ ବ୍ୟବହାର କରାଯାଉଥିବା ଶବ୍ଦ ରହିଛି । ଶବ୍ଦକୋଷର ଇଂରାଜୀ ଏବଂ ହିନ୍ଦୀ ଶବ୍ଦ ବଧିର ପିଲାମାନଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ ସହାୟତା କରିବ । ପାଞ୍ଚଟି ଶ୍ରେଣୀର ଶବ୍ଦ ଏହି ଶବ୍ଦକୋଷରେ ରହିଛି । ସେଗୁଡିକ ହେଉଛି ପ୍ରତିଦିନ ଶବ୍ଦ, ଆଇନ ସମ୍ବନ୍ଧୀୟ ଶବ୍ଦ,ଶିକ୍ଷା ସମ୍ବନ୍ଧୀୟ ଶବ୍ଦ, ଚିକିତ୍ସା ଶବ୍ଦ ଓ ବୈଷୟିକ ଶବ୍ଦ ।

ସମ୍ବନ୍ଧିତ ଖବର