ମାର୍ଚ ମାସରେ ଭାରତରେ ଇନ୍ଧନ ବ୍ୟବହାର ୧୮% ହ୍ରାସ ପାଇଛି

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମ ସ୍ଥାଣୁ କରି ଦେଇଥିବାରୁ ମାର୍ଚ ମାସରେ ଭାରତର ଇନ୍ଧନ ବ୍ୟବହାର ୧୮% ହ୍ରାସ ପାଇଛି । ଏକ ଦଶନ୍ଧିରୁ ଅଧିକ ସମୟ ଅବଧିରେ ଏହା ହେଉଛି ଦେଶରେ ଇନ୍ଧନ ଚାହିଦାର ସର୍ବାଧିକ ହ୍ରାସ ।

ଗୁରୁବାର ଦିନ ରିଲିଜ୍ ହୋଇଥିବା ସରକାରୀ ତଥ୍ୟ ଅନୁସାରେ, ଡିଜେଲ୍, ପେଟ୍ରୋଲ ଏବଂ ଆଭିଏସନ୍ ଟର୍ବାଇନ୍ ଫୁଏଲର ଚାହିଦା କମି ଯିବାରୁ ମାର୍ଚ ମାସରେ ଭାରତର ପେଟ୍ରୋଲିୟମ୍ ଉତ୍ପାଦ ବ୍ୟବହାର ୧୭. ୭୯% ରୁ ୧୬. ୦୮% ମିଲିୟନ୍ ଟନ୍ କମିଯାଇଛି ।

ଦେଶରେ ସବୁଠୁ ଅଧିକ ବ୍ୟବହାର ହେଉଥିବା ଇନ୍ଧନ ହେଉଛି ଡିଜେଲ୍ । ଏହାର ଚାହିଦା ୨୪. ୨୩% ରୁ ୫. ୬୫% ମିଲିୟନ୍ ଟନ୍ ହ୍ରାସ ପାଇଛି । ଅଧିକାଂଶ ଟ୍ରକ୍ ସଡ଼କରୁ ହଟିଯିବାରୁ ଏବଂ ରେଳବାଇ ଟ୍ରେନ୍ ଚଳାଚଳ ବନ୍ଦ ରଖିବା ଫଳରେ ଦେଶରେ ଡିଜେଲ୍ ବ୍ୟବହାର ରେକର୍ଡ ମାତ୍ରରେ ହ୍ରାସ ପାଇଛି ।

କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ୨୧ଦିନିଆ ଲକଡାଉନ୍ ଜାରି ହେବା ପରେ ରାସ୍ତାରେ ଅଧିକାଂଶ କାର୍ ଓ ଦୁଇଚକିଆ ଯାନ ଚଳାଚଳ ନ କରିବା ଯୋଗୁଁ ପେଟ୍ରୋଲ୍ ବିକ୍ରୟ ମଧ୍ୟ ୧୬. ୩୭% ରୁ ୨. ୧୫% ମିଲିୟନ୍ ଟନ୍ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର