ଭାରତର ସାହାଯ୍ୟ ଭୁଲି ହେବନାହିଁ: ଡୋନାଲଡ୍ ଟ୍ରମ୍ପ୍

ନୁ୍ୟୟର୍କ: କରୋନାଭାଇରସ୍ ବିରୋଧରେ ସଂଗ୍ରାମ ନିମନ୍ତେ ଭାରତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Image Source: Zee News

ଟୁଇଟ୍ କରି ଟ୍ରମ୍ପ୍ ଲେଖଛନ୍ତି ଯେ ଅସ୍ୱାଭାବିକ ପରିସ୍ଥିତିରେ ବନ୍ଧୁମାନଙ୍କର ସହଯୋଗ ଆହୁରି ନିବିଡ଼ ହୋଇଉଠେ । ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ନିଷ୍ପତ୍ତି ନିମନ୍ତେ ଭାରତ ଓ ଭରତବାସୀଙ୍କୁ ଧନ୍ୟବାଦ! ଏହା ଅବିସ୍ମରଣୀୟ! ଏହି ଲଢ଼େଇରେ ଖାଲି ଭାରତ ନୁହେଁ ମାନବସମ୍ପ୍ରଦାୟକୁ ସହାୟତା ନିମନ୍ତେ ବଳିଷ୍ଠ ନେତୃତ୍ୱ ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ମୋଦୀ ।

ପୂର୍ବରୁ ଫକ୍ସ୍ ନିଉଜ ସହ ଏକ ସାକ୍ଷାତକାରରେ ଟ୍ରମ୍ପ୍ କହିଥିଲେ ଯେ ମୁଁ  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିଥିଲି । ଭାରତରେ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉତ୍ପାଦନ ହୁଏ । ସେ କିଛି ଯୋଗାଇ ପାରିବେ କି, ନାହିଁ ବୋଲି ପଚାରିଥିଲି । ସେ ଅସାଧାରଣ । ସତରେ ସେ ଭାରି ଭଦ୍ରଲୋକ । ଭାରତ ପାଇଁ ଲୋଡ଼ା ଥିବାରୁ ସେମାନେ କଟକଣା କରିଥିଲେ । ଆମକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଦେଇଥିବାରୁ ଆମେରିକାରେ କରୋନାଭାଇସ୍ ଟିକା ପ୍ରସ୍ତୁତ ହେଲେ ଅନ୍ୟ ଦେଶମାନଙ୍କ ଠାରୁ ଭାରତ ପ୍ରଥମେ ତାହା ପାଇବ ।

ସମ୍ବନ୍ଧିତ ଖବର