ଜାପାନ ସହ ରାଜିନାମାରେ ଭାରତର ପରବର୍ତ୍ତୀ ଚନ୍ଦ୍ରାଭିଯାନ ହେବ ବୃହତ୍ତର

ବେଙ୍ଗାଲୁରୁ: ଆଉ ଏକ ଚନ୍ଦ୍ରାଭିଯାନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଛି। ଏହି ‘ଲୁନାର୍‌ ପୋଲାର୍‌ ଏକ୍ସପ୍ଲୋରେସନ୍‌’ ଅଭିଯାନ ନିମନ୍ତେ ‘ଇସ୍ରୋ’ ‘ଜାପାନ ଏରୋସ୍ପେସ୍‌ ଏଜେନ୍‌ସି’ (ଜାକ୍ସା) ସହ ଚୁକ୍ତି କରିବ।

ଚନ୍ଦ୍ରର ମେରୁ ଅଞ୍ଚଳ ଆବିଷ୍କାର ନିମନ୍ତେ ମିଳିତ ସାଟେଲାଇଟ୍‌ ମିସନ୍‌ର ବାସ୍ତବତା ଉପରେ ଇସ୍ରୋ ଏବଂ ଜାକ୍ସା ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି ବୋଲି ଇସ୍ରୋ ଏକ ବିବୃତ୍ତିରେ କହିଛି।

ରୁଷ୍‌ ସହ ମିଳିତ ଭାବେ ଅଭିଯାନ ଚଳାଇବାକୁ ଚନ୍ଦ୍ରଯାନ-୨ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ସେପ୍ଟେମ୍ବର ୨୦୦୮ରେ ଅନୁମୋଦନ ଲାଭ କରିଥିଲା। ଏଥି ନିମନ୍ତେ ରୁଷ୍‌ର ମହାକାଶ ଏଜେନ୍‌ସି ରୋସ୍‌କୋମସ୍‌ ଲ୍ୟାଣ୍ଡର୍‌ ଦେଇ ଥାଆନ୍ତା। କିନ୍ତୁ, ରାଜିନାମା ବିଫଳ ହେବାରୁ ଏକା ଅଭିଯାନ ଯିବ ବୋଲି ୨୦୧୨ରେ ଭାରତ ନିଷ୍ପତ୍ତି ଗ୍ରହଣ କରିଥିଲା।

ଜାକ୍ସାର ଗ୍ରହାଣୁ ଅନୁସନ୍ଧାନକାରୀ ମହାକାଶଯାନ ହାୟାବୁସା-୨ ସଫଳତାର ସହ ଗତ ଜୁଲାଇ ମାସରେ ଏକ ଗ୍ରହାଣୁରେ ସଫଳତାର ସହ ଅବତରଣ କରି ଏହି ଦ୍ୱୀପଦେଶର ବୈଷୟିକ କ୍ଷମତା ପ୍ରତିପାଦନ କରାଇଛି।

୨୦୧୭ରେ ବେଙ୍ଗାଲୁରୁରେ ବିଭିନ୍ନ ମହାକାଶ ଏଜେନ୍‌ସିଙ୍କ ବୈଠକରେ ଜାପାନ ସହ ମିଳିତ ଚନ୍ଦ୍ରାଭିଯାନ ଯିବା କଥା ସାର୍ବଜନୀନ କରାଯାଇଥିଲା। ପୁନଶ୍ଚ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାପାନ ଗସ୍ତ ସମୟରେ ଏ ସଂକ୍ରାନ୍ତରେ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା।

ଇସ୍ରୋ- ଜାକ୍ସା ମିସନ୍‌ କେବଳ ରୋବୋଟିକ୍‌ ମିସନ୍‌ ହିଁ ସୀମିତ ରହିବ।

ସମ୍ବନ୍ଧିତ ଖବର