୯ ଜଣ ଧନୀ ଭାରତୀୟଙ୍କ ଦୈନିକ ଆୟ ୨୨୦୦ କୋଟି ଟଙ୍କା
ଡାଭୋସ୍: ଗତବର୍ଷ ଭାରତୀୟ କୋଟିପତିମାନଙ୍କର ଆୟ ଦୈନିକ ୨, ୨୦୦ କୋଟି ଟଙ୍କା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଶୀର୍ଷରେ ଥିବା ୧% ଧନିକ ଆହୁରି ୩୯% ଧନି ହୋଇ ଯାଇଛନ୍ତି। ନିମ୍ନ ସ୍ତରରେ ଥିବା ସମଗ୍ର ଜନସଂଖ୍ୟାର ୫୦% ସମ୍ପତ୍ତି ମାତ୍ର ୩% ବୃଦ୍ଧି ପାଇଛି। ଡୋଭାସ୍ ଠାରେ ଆୟୋଜନ କରାଯିବାକୁ ଥିବା ୫ ଦିନିଆ ‘ଓ୍ଵାର୍ଲଡ୍ ଇକୋନମିକ୍ ଫୋରମ୍’ର (ଡବ୍ଲୁଇଏଫ୍) ବାର୍ଷିକ ସଭା ପୂର୍ବରୁ ସୋମବାର ଦିନ ପ୍ରକାଶିତ ‘ଅକ୍ସଫାମ୍’ର ବାର୍ଷିକ ଅଧ୍ୟୟନରୁ ଏ କଥା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ ୨୦୧୮ରେ ବିଶ୍ୱସ୍ତରରେ କୋଟିପତିମାନଙ୍କର ସମ୍ପଦ ଦୈନିକ ୧୨% ବା ଆମେରିକୀୟ ଡଲାର୍ରେ ୨. ୫ କୋଟି ବୃଦ୍ଧି ପାଇଥିବା ବେଳେ ବିଶ୍ୱ ଜନସଂଖ୍ୟାର ୫୦% ଦରିଦ୍ରଙ୍କ ସମ୍ପତ୍ତି ୧୧%କୁ ହ୍ରାସ ପାଇଛି।
ଅକ୍ସ୍ଫାମ୍ର ଇଣ୍ଟର୍ନେସ୍ନାଲ୍ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ଓ୍ଵିନି ବାୟାନୟିମିଆ କହିଛନ୍ତି ଯେ ଭାରତର ସମ୍ପଦର ବଢ଼ନ୍ତା ଭାଗର ମାଲିକ ଅଳ୍ପ କେତେକ ବ୍ୟକ୍ତି ହେଉଥିବା ବେଳେ ଦରିଦ୍ରମାନେ ସେମାନଙ୍କର ମୌଳିକ ଆବଶ୍ୟକତା ମେଣ୍ଟାଇବାକୁ ସଂଗ୍ରାମ କରିବା ନୈତିକତା ଦୃଷ୍ଟିରୁ ଅଶୋଭନୀୟ।
ଶୀର୍ଷରେ ଥିବା ୧% ଏବଂ ବାକି ଜନସଂଖ୍ୟା ମଧ୍ୟରେ ଯଦି ଏହି ଅଶୋଭନୀୟ ଅସମାନତା ଚାଲୁ ରହେ ଏହା ଭାରତରେ ସାମାଜିକ ଏବଂ ଗଣତାନ୍ତ୍ରିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ଭୁଶୁଡ଼ାଇ ଦେବ।
ଦେଶର ସମୁଦାୟ ସମ୍ପଦର ୭୭. ୪% ରହୁଛି ଶୀର୍ଷସ୍ତରୀୟ ୧୦% ଭାରତୀୟଙ୍କ ହାତରେ। ସବୁଠୁ ଶୀର୍ଷରେ ଥିବା ୧% ଭାରତୀୟଙ୍କ ହାତରେ ରହୁଛି ଦେଶର ସମୁଦାୟ ସମ୍ପଦର ୫୧. ୫୩%। ଦେଶର ସମୁଦାୟ ସମ୍ପଦର ୭୭. ୪% ରହୁଛି ଶୀର୍ଷସ୍ତରୀୟ ୧୦% ଭାରତୀୟଙ୍କ ହାତରେ। ସବୁଠୁ ଶୀର୍ଷରେ ଥିବା ୧% ଭାରତୀୟଙ୍କ ହାତରେ ରହୁଛି ଦେଶର ସମୁଦାୟ ସମ୍ପଦର ୫୧. ୫୩%। ତଳସ୍ତରରେ ଥିବା ୬୦% ଲୋକେ ଜାତୀୟ ସମ୍ପଦର ମାତ୍ର ୪. ୮%ର ଅଧିକାରୀ। ୯ ଜଣ ଶ୍ରେଷ୍ଠ କୋଟିପତିଙ୍କ ସମ୍ପଦ ତଳସ୍ତରରେ ଥିବା ୫୦% ଜନସଂଖ୍ୟାର ସମ୍ପଦ ସହ ସମାନ ବୋଲି ଅକ୍ସ୍ଫାମ୍ ଅଧ୍ୟୟନ କହୁଛି।
ଗତବର୍ଷ ଭାରତୀୟ କୋଟିପତିଙ୍କ ତାଲିକାରେ ୧୮ ନୂଆ କୋଟିପତି ସାମିଲ ହୋଇ ଦେଶର କୋଟିପତିଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଥିବା କଥା ରିପୋର୍ଟରେ ପ୍ରକାଶ ପାଇଛି।