୨୦୧୪ ପୂର୍ବରୁ ଭାରତର ଅବସ୍ଥା ଶ୍ରୀଲଙ୍କା ପରି ଥିଲା, ଦିଲ୍ଲୀ,ମୁମ୍ବାଇ ଆଦି ବିଭିନ୍ନ ସହରରେ ବୋମାବିସ୍ଫୋରଣ ହେଉଥିଲା ; ମୋଦି

ନାସିକ : ଗତ କାଲି କଲମ୍ବୋରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ଘଟଣା ଏବେ ଭାରତୀୟ ନିର୍ବାଚନରେ ଏକ ପ୍ରସଙ୍ଗ ପାଲଟିଛି । ଆଜି ନାସିକଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୧୪ ପୂର୍ବରୁ ଭାରତର ଅବସ୍ଥା ବି ଏହିପରି ଥିଲା । ମୁମ୍ବାଇ, ଦିଲ୍ଲୀ, ଅଯୋଧ୍ୟାରେ ବୋମା ବିସ୍ଫୋରଣ ହେଉଥିଲା ।

କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । କାରଣ ଭାରତର ଶତ୍ରୁମାନେ ଜାଣିଛନ୍ତି ଯେ ଏବେ ଭାରତ କଣ କରିପାରେ । ପୂର୍ବରୁ ମୁମ୍ବାଇରେ ହେଉଥିବା ଆତଙ୍କବାଦୀ ଆକ୍ରମଣରେ କଂଗ୍ରେସ-ଏନସିପି ସରକାର କଣ କରିଥିଲେ ? ସେମାନେ କେବଳ ପାକିସ୍ତାନକୁ ଦୋଷ ଦେଇଚାଲିଥିଲେ ଓ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭା କରି କୁମ୍ଭୀର କାନ୍ଦଣା କାନ୍ଦିଚାଲିଥିଲେ । କିନ୍ତୁ ଏବେ ଭାରତରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଆମେ ଆତଙ୍କବାଦୀ କାରଖାନାରେ ପଶି ସେଗୁଡ଼ିକୁ ନଷ୍ଟ କରିଦେଲୁ । ଏଣୁ ଭାରତରେ ଆତଙ୍କବାଦୀ ଘଟଣା କେବଳ ଜାମ୍ମୁ ଓ କାଶ୍ମୀରରେ ସୀମିତ ହୋଇଯାଇଛି ।

ସମ୍ବନ୍ଧିତ ଖବର