ଟ୍ରମ୍ପ-ମୋଦୀଙ୍କ ରୋଡ଼ ସୋ ବେଳେ ଅଜ୍ଞାତ ଡ୍ରୋନ୍ ଉଡ଼ିଲେ ଧ୍ବଂସ କରି ଉଡାଇଦେବ ଡ୍ରୋନ୍-ନିରୋଧି ପ୍ରଣାଳୀ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଏହି ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଟ୍ରମ୍ପ ୨୨ କିଲୋମିଟରର ରୋଡ଼ ସୋ କରିବେ ବୋଲି ଜଣାପଡିଛି | ଏହି ରୋଡ଼ ସୋ ପାଇଁ ଡିଆରଡିଓ(ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ) ପକ୍ଷରୁ ସ୍ୱତନ୍ତ୍ର ଡ୍ରୋନ୍-ନିରୋଧି ପ୍ରଣାଳୀକୁ ବ୍ୟବହାର କରାଯିବ | ଅର୍ଥାତ ରୋଡ଼ ସୋ ବେଳେ ଯଦି କୌଣସି ଅଜ୍ଞାତ ଡ୍ରୋନ୍ ଉଡ଼ନ୍ତି, ଏହି ଡ୍ରୋନ୍-ନିରୋଧି ଏହାକୁ ଟାର୍ଗେଟ କରି ଧ୍ବଂସ କରିଦେବ |

ଏଠାରେ ସୂଚନା ଥାଉ କି ଖାସକରି ଟ୍ରମ୍ପଙ୍କ ସୁରକ୍ଷା ଉପରେ ଜୋର ଦିଆଯାଇଛି । ଟ୍ରମ୍ପ ଯିବାକୁ ଥିବା ରାସ୍ତାକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯିବା ସଭାସ୍ଥଳରେ ଉଭୟ ଭାରତୀୟ ଓ ଆମେରିକା ସୁରକ୍ଷାକର୍ମୀ ଟ୍ରମ୍ପଙ୍କ ପାଇଁ ସୁରକ୍ଷାକବଚ ହୋଇ ଛିଡା ହେବେ । ସେହିପରି ଟ୍ରମ୍ପଙ୍କ ଯାତାୟତ ପାଇଁ ଅଭେଦ୍ୟ ସୁରକ୍ଷକବଚ ଦ ବିଷ୍ଟ ଭାରତରେ ପହଞ୍ଚି ସାରିଛି । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ଏହାବାଦ୍ ଟ୍ରମ୍ପଙ୍କ ଆଉ ଏକ ସୁରକ୍ଷାକବଚ ମଧ୍ୟ ଅହମ୍ମଦାବାଦରେ ପହଞ୍ଚିଛି ।

ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରିକ ହେଲିକପ୍ଟର ଭାରତରେ ପହଞ୍ଚିଛି । ସେହିଭଳି ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗ୍ଲୋବାଲ ମାଷ୍ଟର ମଧ୍ୟ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚି ସାରିଛି । ଏଥିରେ ଆମେରିକାର ପ୍ରଶିକ୍ଷିତ କୁକୁର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ପାଇ କ୍ୟାମେରା, କମାଣ୍ଡୋଙ୍କ ସମେତ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ଅଣାଯାଇଛି ।

ସମ୍ବନ୍ଧିତ ଖବର