ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ, ଭୁବନେଶ୍ୱର, ଦିଲ୍ଲୀ ସମେତ ୧୧ଟି ସହରରୁ ଉଡ଼ାଣ ବନ୍ଦ

ମୁମ୍ବାଇ: ଆଜି ଇଣ୍ଡିଗୋ ଏୟାର ଲାଇନ୍ସ ତାର ୪୭ଟି ବିମାନର ଉଡ଼ାଣକୁ ବାତିଲ କରି ଦେଇଛି। ବେସାମରିକ ବିମାନ ମହା ନିର୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ଇଣ୍ଡିଗୋ ଏୟାର ଲାଇନ୍ସର ପ୍ରାଟ୍‌ ଆଣ୍ଡ ହ୍ଵିଟ୍‌ନି ମେସିନ ଲାଗିଥିବା ୮ଟି ଏ୩୨୦ ନିଓ ବିମାନକୁ ଉଡାଣ ଅନୁମତି ନ ଦେବା ପରିପ୍ରେକ୍ଷୀରେ ଇଣ୍ଡିଗୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଇଣ୍ଡିଗୋ ଏୟାର ଲାଇନସର େଓ୍ଵବସାଇଟରେ ଦର୍ଶା ଯାଇଛି ଯେ ମାର୍ଚ୍ଚ ୧୩ ତାରିଖରେ ଇଣ୍ଡିଗୋ ପକ୍ଷରୁ ୪୭ଟି ବିମାନର ଉଡ଼ାଣକୁ ରଦ୍ଦ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ର୍ରାବାଦ, ବେଙ୍ଗାଲୁର, ପାଟନା, ଶ୍ରୀନଗର, ଭୁବନେଶ୍ୱର, ଅମୃତସର ଓ ଗୌହାଟି ବିମାନବନ୍ଦରରୁ ଛାଡ଼ିବାକୁ ଥିବା ଏହି ୪୭ଟି ବିମାନକୁ ବାତିଲ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଗତକାଲି ଲକ୍ଷ୍ନୋଗାମୀ ଇଣ୍ଡିଗୋ ଏୟାର ଲାଇନସର ଏକ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବା ଫଳରେ ଉଡାଣର ୪୦ ମିନିଟ ପରେ ଏହାକୁ ଅହମ୍ମଦାବାଦ ଠାରେ ଜରୁରି ଅବତରଣ କରାଯାଇଥିଲା। ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଡିଜିସିଏ ଗତକାଲି (ମାର୍ଚ୍ଚ ୧୨ ତାରିଖ)ପିଡବ୍ଲ୍ୟୁ ୧୧୦୦ ଇଞ୍ଜିନ ଲାଗିଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏ୩୨୦ ନିଓ ବିମାନ ଗୁଡ଼କର ଉଡାଣ ଅନୁମତିକୁ ତତ୍‌କାଳ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର