ତୃଟିଯୁକ୍ତ ଇଞ୍ଜିନ୍‌ ଥିବା ବିମାନର ଉଡାଣ ରଦ୍ଦ କଲା ଡିଜିସିଏ; ଇଣ୍ଡିଗୋ ଓ ଗୋଏୟାର ବାତିଲ କଲେ ୬୫ଟି ଉଡାଣ

ଭୁବନେଶ୍ୱର, ଦିଲ୍ଲୀ ସମେତ ୧୧ଟି ସହରରୁ ଉଡ଼ାଣ ବନ୍ଦ

ମୁମ୍ବାଇ: ଆଜି ଦେଶର ଦୁଇ ପ୍ରମୁଖ ଘରୋଇ ଉଡାଣକାରୀ ସଂ ଇଣ୍ଡିଗୋ ଏବଂ ଏୟାର ଲାଇନ୍ସ ଏୟାର ଲାଇନ୍ସ ଗୋଏୟାର ସେମାନଙ୍କର ୬୫ଟି ବିମାନର ଉଡ଼ାଣକୁ ବାତିଲ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ଇଣ୍ଡିଗୋ ଏୟାର ଲାଇନ୍ସ ଓ ଗୋଏୟାରର ପ୍ରାଟ୍‌ ଆଣ୍ଡ ହ୍ଵିଟ୍‌ନି ଇଞ୍ଜିନ୍‌ ଲାଗିଥିବା ୮ଟି ଏ-୩୨୦ ନିଓ ବିମାନକୁ ଉଡାଣ ଅନୁମତି ନ ଦେବା ପରିପ୍ରେକ୍ଷୀରେ ଇଣ୍ଡିଗୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଇଣ୍ଡିଗୋ ଏହାର ୪୭ଟି ଉଡାଣକୁ ବାତିଲ୍‌ କରିଥିବା ବେଳେ ଗୋଏୟାର ୧୮ଟି ଉଡାଣ ବାତିଲ୍‌ କରିଛି। ଉଲ୍ଲେଖଯୋଗ୍ୟ କି ଇଣ୍ଡିଗୋ ଦିନକୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଉଡାଣ କରୁଥିବା ବେଳେ ଗୋଏୟାର ଦୈନିକ ୨୩୦ଟି ଉଡାଣ କରିଥାଏ।

ଇଣ୍ଡିଗୋ ଏୟାର ଲାଇନ୍ସ େଓ୍ଵବସାଇଟରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୧୩ ତାରିଖରେ ଇଣ୍ଡିଗୋ ପକ୍ଷରୁ ୪୭ଟି ବିମାନର ଉଡ଼ାଣକୁ ରଦ୍ଦ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ର୍ରାବାଦ, ବେଙ୍ଗାଲୁର, ପାଟନା, ଶ୍ରୀନଗର, ଭୁବନେଶ୍ୱର, ଅମୃତସର ଓ ଗୌହାଟି ବିମାନବନ୍ଦରକୁ ସଂଯୁକ୍ତ କରୁଥିବା ୪୭ଟି ଉଡାଣକୁ ବାତିଲ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସେହିପରି ଗୋଏୟାର ୮ଟି ସହରର ଉଡାଣ ବାତିଲ କରିଛି।

ସୂଚନାଯୋଗ୍ୟ ଯେ ଗତକାଲି ଲକ୍ଷ୍ନୌଗାମୀ ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବା ଫଳରେ ଉଡାଣର ୪୦ ମିନିଟ ପରେ ଏହାକୁ ଅହମ୍ମଦାବାଦ ଠାରେ ଜରୁରି ଅବତରଣ କରାଯାଇଥିଲା। ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଡିଜିସିଏ ଗତକାଲି (ମାର୍ଚ୍ଚ ୧୨ ତାରିଖ)ପିଡବ୍ଲ୍ୟୁ ୧୧୦୦ ଇଞ୍ଜିନ ଲାଗିଥିବା ଇଣ୍ଡିଗୋ ଏୟାର ଲାଇନ୍ସ ଓ ଗୋଏୟାରର ଏ-୩୨୦ ନିଓ ବିମାନଗୁଡ଼ିକର ଉଡାଣ ଅନୁମତିକୁ ତତ୍କାଳ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର