ସାଥୀ ପାଇଲଟଙ୍କ ସହ ଝଗଡ଼ା ହେବା ପରେ ବିମାନ ଛାଡ଼ି ଚାଲିଗଲେ ପାଇଲଟ, ୫ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ବିମାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ଅମୌସି ଅର୍ନ୍ତଜାତୀୟ ବିମାନବନ୍ଦରରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାରେ । ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏହାର ପରିଣାମ ଯାତ୍ରୀମାନଙ୍କୁ ଭୋଗିବାକୁ ପଡ଼ିଥିଲା । ରାଗରେ ଜଣେ ପାଇଲଟ ବିମାନ ଛାଡ଼ି ଚାଲିଯିବାରୁ ଇଣ୍ଡିଗୋ ବିମାନ ୬ଇ-୨୨୬ ୫ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା । ପୂର୍ବରୁ ବିମାନଟି ୪ଘଣ୍ଟା ବିଳମ୍ବ ଥିବା ବେଳେ ଦୁଇ ପାଇଲଟଙ୍କ ଝଗଡ଼ା ପାଇଁ ବିମାନଟି ଅଧିକ ୪୫ମିନିଟ୍‌ ବିଳମ୍ବ ହୋଇଥିଲା ।

ସୂଚନା ମୁତାବକ, ଇଣ୍ଡିଗୋ ବିମାନ ୬ଇ-୨୨୬କୁ ଚୌଧୁରୀ ଚରଣ ସିଂହ ଅମୌସିରୁ ୨.୨୦ମିନିଟ୍‌ ମଧ୍ୟରେ ଲକ୍ଷ୍ନୌରୁ ଉଡ଼ାଣ ଭରି ବେଙ୍ଗାଲୁରୁରେ ପହଞ୍ଚିବାର ଥିଲା । କିନ୍ତୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନଟି ୪ଘଣ୍ଟା ବିଳମ୍ବରେ ଚଡ଼ାଣ ଭରିବ ବୋଲି ଜାଣିବାକୁ ପାଇଥିଲେ । ୪ଘଣ୍ଟା ପରେ ସନ୍ଧ୍ୟା ୬ଟାରେ ଯାତ୍ରୀ ବିମାନ ମଧ୍ୟକୁ ଯିବା ପରେ ମଧ୍ୟ ବିମାନଟି ରନେଓ୍ଵକୁ ଯାଇ ନଥିଲା । ଏୟାର ହୋଷ୍ଟେସଙ୍କୁ ଏ ନେଇ ପଚରାଯିବା ପରେ ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କଥା ଯାତ୍ରୀମାନେ ଜାଣି ପାରିଥିଲେ । ସବୁ ଜାଣି ୫ଘଣ୍ଟା ବିଳମ୍ବ ହୋଇ ସାରିଥିବାରୁ ଯାତ୍ରୀମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ ।

The Financial Express

ଯାହା ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ପୁଣେରୁ କୋଲକାତା ଯିବାକୁ ଥିବା ବିମାନ ୬ଇ-୫୨୩ର ପାଇଲଟଙ୍କୁ ଡ଼କା ଯିବା ପରେ ବିମାନ ୬ଇ-୨୨୬ଟି ସନ୍ଧ୍ୟା ୬.୫୦ରେ ଉଡ଼ାଣ ଭରିଥିଲା । ଅନ୍ୟ ପକ୍ଷରେ, ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର