ବେଜିଂ: ଭାରତ-ଚୀନ୍ ସୀମା ବିବାଦ ନେଇ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରସ୍ତାବକୁ ଗତକାଲି ଭାରତ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଆଜି ଚୀନ୍ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ଉଭୟ ଦେଶ ବିବାଦ ନେଇ ସିଧାସଳଖ କଥାବାର୍ତ୍ତା କରୁଛନ୍ତି ଏବଂ ଏଥିରେ ତୃତୀୟ ପକ୍ଷର ଉପସ୍ଥିତି ଅନାବଶ୍ୟକ ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିୟନ କହିଛନ୍ତି। ଭାରତ-ଚୀନ୍ ମଧ୍ୟରେ ଆଲୋଚନା ପାଇଁ ସମସ୍ତ ବ୍ୟବସ୍ଥା ସକ୍ରିୟ ଏବଂ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଚୀନ୍ କହିଛି। ପୂର୍ବରୁ ଭାରତ ମଧ୍ୟ ସମାନ ମତ ରଖିଥିବାରୁ ଏହି ଦ୍ବିପାକ୍ଷିକ ମାମଲାକୁ ଦୁଇ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଲଦାଖ୍ ସୀମାରେ ୩ଟି ସ୍ଥାନରେ ଭାରତ-ଚୀନ୍ ସେନା ଏବେ ବି ମୁହାଁମୁହିଁ ସ୍ଥିତିରେ ଅଛନ୍ତି।