ଭାରତ ସହ ସୁସଂପର୍କ ପାଇଁ ଚୀନ୍‌ର ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍‌ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଉଭୟଙ୍କ ମଧ୍ୟରେ ସୁଦୃଢ଼ ସଂପର୍କ ଜରୁରୀ ବୋଲି ଚୀନ୍‌ ଗୁରୁତ୍ୱାରୋପ କରିଛି। ଦୁଇ ବିଶାଳ ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଏବଂ ଆର୍ଥିକ କାରବାର ବୃଦ୍ଧି ଉଭୟଙ୍କ ପାଇଁ ମଙ୍ଗଳକର ହେବ ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ନିକଟରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଭାରତ ଏକା ସଂଗରେ ଚୀନ୍‌ ଓ ପାକିସ୍ତାନ ସହିତ ଲଢ଼େଇ ପାଇର୍ ସକ୍ଷମ ବୋଲି କହିଥିବାରୁ ଏହାର ଜବାବରେ ଚୀନ୍‌ କହିଛି ଯେ ଭାରତୀୟ ସାମରିକ ଅଧିକାରୀମାନେ ଇତିହାସର ଧାରାକୁ ଗୁରୁତ୍ୱ ଦେଇ ସୁସଂପର୍କ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର