୧୯ରୁ ମିଜୋରାମରେ ହେବ ଭାରତ-ଜାପାନ ମିଳିତ ସମରାଭ୍ୟାସ, ଗରିଲା ଯୁଦ୍ଧ କୌଶଳ ଦେଖାଇବେ ଦୁଇ ଦେଶର କମାଣ୍ଡୋ

ନୂଆଦିଲ୍ଲୀ : ଆସନ୍ତା ୧୯ରୁ ନଭେମ୍ବର ୨ ପର୍ଯ୍ୟନ୍ତ ମିଜୋରାମରେ ଭାରତ-ଜାପାନମଧ୍ୟରେ ଏକ ସମରାଭ୍ୟାସ ଅନୁଷ୍ଠିତ ହେବ । ଏହାର ନାମ ରଖାଯାଇଛି ଧର୍ମ ଗାର୍ଡିଆନ । ଏଥିରେ ଆତଙ୍କବାଦ ମୁକାବିଲା ଓ ଜଙ୍ଗଲରେ ଗରିଲା ଯୁଦ୍ଧ ସଂପର୍କରେ ଦୁଇଦେଶର କମାଣ୍ଡୋମାନେ ତାଲିମ ନେବେ । ଗତ ବର୍ଷଠାରୁ ଦୁଇଦେଶ ମଧ୍ୟରେ ଏହି ବାର୍ଷିକ ସମରାଭ୍ୟାସ ଅନୁଷ୍ଠିତ ହେଉଛି । ଭାରତୀୟ ସେନା ଓ ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସ ଫୋର୍ସେସର ୨୫ ଜଣ ଲେଖାଏଁ କମାଣ୍ଡୋ ଏଥିରେ ଭାଗନେବେ ।

ବିଗତ କିଛି ବର୍ଷ ଧରି ଭାରତ ଓ ଜାପାନ ମଧ୍ୟରେ ସାମରିକ ଓ କୂଟନୈତିକ ସହଯୋଗ ବଢିଚାଲିଛି । ଏହି ଦୁଇଦେଶ ଚୀନ ପଟୁ ବିପଦ ଆଶଙ୍କା କରୁଛନ୍ତି । ଚୀନ ସହିତ ଦୁଇ ଦେଶର ସୀମା ବିବାଦ ରହିଛି । କେବଳ ଏତିକି ନୁହେଁ, ଚୀନର କ୍ରମବର୍ଦ୍ଧିଷ୍ଣ ସାମରିକ ପ୍ରଭାବକୁ ରୋକିବାକୁ ଭାରତ-ଜାପାନ-ଆମେରିକା ଓ ଅଷ୍ଟ୍ରେଲିଆ ଏକ ମେଣ୍ଟ ଗଠନ କରି ପ୍ରତିବର୍ଷ ସମରାଭ୍ୟାସ କରୁଛନ୍ତି ।

ସମ୍ବନ୍ଧିତ ଖବର